Breaking News

ଓଡ଼ଗାଁ ଏନ୍ଏସି ରେ ଶୌଚାଳୟରେ ଅବ୍ୟବସ୍ଥା ଘେରରେ



ଓଡ଼ଗାଁ:-- ଓଡ଼ଗାଁ ରେ ଥିବା ଶୌଚାଳୟ ରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି।ଓଡ଼ଗାଁ ଏନ୍ଏସି ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ସହର। ଲୋକଙ୍କ ସୁବିଧା ଓ ମନୋରଞ୍ଜନ ଇତ୍ୟାଦି ପାଇଁ ଓଡ଼ଗାଁରେ ପାର୍କ,କୋର୍ଟ, ଇତ୍ୟାଦି ନିର୍ମାଣ କାର୍ୟ୍ଯ କରାଗଲା। ଏହା ସହ ଓଡ଼ଗାଁ ରେ ମଳମୂତ୍ର ଜନିତ ପ୍ରଦୁଷଣରୁ ରକ୍ଷା ପାଇଁ ଓଡ଼ଗାଁ ରେ ଅନେକ ଶୌଚାଳୟ ର ବ୍ୟବସ୍ଥା ମଧ୍ଯ କରାଯାଇଛି। 
କିନ୍ତୁ ଦୁଃଖର କଥା ଓଡ଼ଗାଁ ରେ ଥିବା ସମସ୍ତ ଶୌଚାଳୟ ରେ ଏବେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଓଡ଼ଗାଁ ରଘୁନାଥ ମନ୍ଦିରର ଜନ ସୁବିଧା କେନ୍ଦ୍ର ଶୌଚାଳୟରେ ଲତା ମାଡିବା ସହ ବିଦ୍ୟୁତ ସୁଇଚ୍ କାନ୍ଥ ଭିତରେ ପସିଯାଇଛି। କେତେକ ପାଣି ଟ୍ୟାପ୍ ଅଚଳ ହେବା ସହ ଅନ୍ୟ କେତେକ ଟ୍ୟାପ୍ ରୁ ଦିନରାତି ପାଣି ଝରୁଛି । ଏହାସହ କେତେକ ପ୍ୟାନ ଭାଙ୍ଗି ଗଲାଣି । ଶୌଚାଳୟ ଏବେ ବୁଲା କୁକୁରଙ୍କ ବାସସ୍ଥଳୀ ରେ ପରିଣତ ହୋଇଛି ବୋଲି ଜନସାଧାରଣ କହନ୍ତି । ଏମିତିକି ଶୌଚାଳୟ ଭିତରେ କୁଢକୁଢ ଅଳିଆ ମଧ୍ଯ ଗଦା ହୋଇଛି। ଯାହା ଫଳରେ ରଘୁନାଥ ମନ୍ଦିର କୁ ଆସୁଥିବା ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। 
       
   ସେହିପରି ଓଡ଼ଗାଁ ଥାନା ସମ୍ମୁଖରେ ଥିବା ଶୌଚାଳୟ ,ମେଡିକାଲ ପରିସର ଭିତରେ ଥିବା ଶୌଚାଳୟ ଏବଂ ଚୁଡ଼ାମିଲ୍ ଛକ ରେ ଥିବା ଶୌଚାଳୟ ର ସମାନ ଅବସ୍ଥା। ଶୌଚାଳୟ ଏତେ ଅପରିଷ୍କାର ଯେ, ଯାତ୍ରୀ ଏହାକୁ ବ୍ୟବହାର କରିବା ଦୂର କଥା ଏହା ଭିତରକୁ ମଧ୍ଯ ଯାଇ ପାରିବେନି । ଓଡ଼ଗାଁ ଏନ୍ଏସି ରେ ଏହି ଭଳି ଶୌଚାଳୟ ଯନିତ ସମସ୍ୟା ଯାତ୍ରୀଙ୍କୁ ଅସୁବିଧା ରେ ପକାଉଛି। ତେଣୁ ଦେଖିବାକୁ ବାକି ରହିଲା ଓଡ଼ଗାଁ ର ସମସ୍ତ ଶୌଚାଳୟ ମରାମତି, ପରିଷ୍କାର କରିବା ସହ ଲୋକଙ୍କ ବ୍ୟବହାର ରେ କେବେ ଆସୁଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ ,୨୬/୧୦/୨୦୨୧-----୧,୪୦ 
Sakhigopal News,26/10/2021

Blog Archive

Popular Posts