Breaking News

ଲାୟନ୍ସ ଚକ୍ଷୁ ଚିକିତ୍ସା ମେଡିକାଲ ପକ୍ଷରୁ ମୋତିଆବିନ୍ଦୁ ଚିକିତ୍ସା ଶିବିର ଅନୁଷ୍ଠିତ

Lions Eye Medical Center has organized a cataract treatment camp




ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଓ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଏକ ମୋତିଆବିନ୍ଦୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶିବିରକୁ ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର ଓ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦ ଜଣ ପୁରୁଷ ଓ ମହିଳା ଚକ୍ଷୁ ପରୀକ୍ଷା କରାଯାଇଥିଲା  । ସେମାନଙ୍କ ମଧ୍ୟରୁ ୩୦ ଜଣ ମୋତିଆବିନ୍ଦୁ ଚିକିତ୍ସା ପାଇଁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଲାୟନ୍ସ ଚକ୍ଷୁ ଚିକିତ୍ସା ଭୁବନେଶ୍ୱର ନିଆଯାଇ ସମ୍ପୁର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବାର ବନ୍ଦୋବସ୍ଥ କରାଯାଇଛି । ଲାୟନ୍ସ ଚିକିତ୍ସା ବିଭାଗର ଡ. ପ୍ରସନ୍ନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ କରାଯାଇଥିଲା । 



ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୦/୨୦୨୧---୭,୩୫

  Sakhigopal News, 29/10/2021

Blog Archive

Popular Posts