Breaking News

ଧାନବିକ୍ରି ସମସ୍ୟା ସମାଧାନ ପାଇଁ ଏକ ବୈଠକ


ବରଗଡ଼----  ବରଗଡ ଜିଲ୍ଲା ଅତାବିରା ଆରଏମସି ଅଧିନସ୍ଥ ଝରାପାଲି ମାର୍କେଟ ପ୍ରାଙ୍ଗଣ ଠାରେ ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀମାନଙ୍କ ଧାନବିକ୍ରି ସମସ୍ୟା ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଉଣ୍ଡବାଲି ଶ୍ରୀ ନିବାସ। ଏହି ବୈଠକରେ ଧାନବିକ୍ରି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଧାନବିକ୍ରି ଟୋକନ ଅବଧି ୧୫ଦିନ ପରିବର୍ତ୍ତେ ଏକ ମାସ, ନାମ ପଂଜିକରଣ କରିବା ପରେ, ତାହା ଅନଲାଇନରେ ଛଡା ଗଲେ ତାହା ସମସ୍ତଚାଷୀ ଜାଣି ପାରିବେ । କାହାର କେତେ ଧାନ ବିକ୍ରି ପଂଜିକରଣ ହୋଇଛି। ଧାନ ବିକ୍ରି ସମୟ ରେ ମାର୍କେଟ ପ୍ରାଙ୍ଗଣରେ ମିଲର୍ସ କିମ୍ବା ତାଙ୍କର ପ୍ରତିନିଧିଙ୍କ ଜରିଆରେ ଧାନ ର ମାନ, ଓଜନ ଓ ପ୍ରାପ୍ୟ କେତେ ବଜାର ପ୍ରାଙ୍ଗଣରେ ହିସାବ ହେବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ସମୟରେ ଏକ ୧୫ ଜଣିଆ କାର୍ଯ୍ୟକାରୀ  କମିଟି ଗଠନ କରାଯାଇଛି। ଏଥିରେ କାର୍ଯ୍ୟକାରୀ ସଭାପତି ଭାବେ ସାନିପାନୀ ରାମକୃଷ୍ଣଙ୍କୁ ଓ ସଂପାଦକ ଭାବେ ଚାଷୀଗିରି ନଈ ଙ୍କୁ ମନୋନୀତ କରାଯାଇଛି। ଏହି ବୈଠକରେ ମୂରଲୀ ଭୋଇ, ସୁରେନ୍ଦ୍ର କଠାର, ସତ୍ୟଜିତ ପୁରୋହିତ,ଦେବେନ୍ଦ୍ର ପୁରୋହିତ, ସଚିଦା ମାଝୀ, ଧର୍ମରାଜ ନଈ, ଏମ ଶ୍ରୀ ନିବାସ, ଏମ ଭେକଂଟ ରାଓ, ଗୋପାଲ କୃଷ୍ନ, ପି କାଶୀ ରାଓ, ଅଲେଖ ଥପା, ସନ୍ତୋଷ ଭୋଇ, ବନମାଳି ଭୋଇ ପ୍ରମୁଖ ଉପସ୍ଥିତ ରହି ଥିଲେ। ପରିଶେଷରେ ସଚିନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୧୦/୨୦୨୧---- ୧୦,୧୦

Blog Archive

Popular Posts