ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସର ମିଶ୍ରଣପର୍ବ, ୟୁନିଅନର ବହୁ ନେତା ସାମିଲ
ଜଟଣୀ ----ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସ ମୁଖ୍ୟାଳୟ ଶାଖା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଯାଇଛି। ଶ୍ରୀ ଏମ୍ ଜି କେ ରାଓଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଟିତ ହୋଇଥିଲା। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଙ୍କ ଉପସ୍ଥିତି ରେ ଶ୍ରମିକ ୟୁନିଅନର ପୂର୍ବତନ ଶାଖା ସଂପାଦକ ଶ୍ରୀ ଆଶୁତୋଷ ବ୍ରହ୍ମା, ସାମୁଏଲ ପ୍ରଧାନ, ସାଲିଗ୍ରାମ ଠାକୁର, ଜୟଦେବ ନିସଙ୍କ, ବଳରାମ ବିଶ୍ଵାଳ, ବାସୁଦେବ ସାହୁ, ବିଦ୍ୟୁତ୍ ସରକାର, ଦୁର୍ଗା ମାଧବ ପାଢ଼ି, କ୍ରିଷ୍ଣା ଦାସ ଓ ବହୁ ବରିଷ୍ଟ, କନିଷ୍ଟ ନେତା ମାନେ ଶ୍ରୀ ସାହୁ ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଶ୍ରମିକ କଂଗ୍ରେସର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ସହିତ ଦଳରେ ଯୋଗ ଦେଇଥିଲେ। ଶ୍ରୀ ବ୍ରହ୍ମା ଶ୍ରମିକ ୟୁନିଅନର ଶାଖା ସଂପାଦକ ଭାବେ ଦୀର୍ଘଦିନ ଧରି ନିଃସ୍ଵାର୍ଥପର ଭାବେ ସେବା କରିଥିଲେ । କିନ୍ତୁ ଉଚ୍ଚ ସ୍ତରୀୟ ନେତାମାନଙ୍କର ମନମାନି ଓ ଛଳନାର ଶିକାର ହୋଇ ଶ୍ରମିକ ୟୁନିଅନ ଛାଡିଥିଲେ । କିଛିଦିନ ତଳେ ଶ୍ରମିକ ୟୁନିଅନ ପୂର୍ବତନ ଜେନେରାଲ ସେକ୍ରେଟାରୀ ବର୍ଷୀୟାନ ନେତା ସି ଏଚ ଗାନ୍ଧୀ ବିଶାଖାପାଟଣା ଠାରେ ଶ୍ରମିକ କଂଗ୍ରେସ ରେ ଯୋଗ ଦେବାପରେ, ଶ୍ରୀ ବ୍ରହ୍ମା ଓ ତାଙ୍କ ଅନୁଗତ ମାନେ କଂଗ୍ରେସ ରେ ଯୋଗ ଦେବେବୋଲି ଏକ ପ୍ରକାର ନିଷ୍ପତି ନେଇ ସାରିଥିଲେ। ତେଣୁ ଗାନ୍ଧୀଙ୍କ ମିଶ୍ରଣ ପରେ ଶ୍ରୀ ବ୍ରହ୍ମା ଏବଂ ତାଙ୍କ ଅନୁଗତ ମାନେ ଶ୍ରମିକ କଂଗ୍ରେସ ରେ ଯୋଗ ଦେଇଥିଲେ। କର୍ମଚାରୀଙ୍କ ସେବା ଏକମାତ୍ର ଲକ୍ଷ୍ୟ ବୋଲି ଶ୍ରୀ ବ୍ରହ୍ମା କହିଥିବା ବେଳେ ତାଙ୍କୁ ସମ୍ପୂର୍ଣ ଭାବେ ଶ୍ରମିକ କଂଗ୍ରେସ ତରଫରୁ ପୂର୍ଣ୍ଣ ସହଯୋଗ ଦିଆଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ସାହୁ ଦୃଢକ୍ତି ପ୍ରକାଶ କରିଥିଲେ। ଏହି ମିଶ୍ରଣ ପର୍ବରେ ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ, ସହ ସଂଯୋଜକ ଶ୍ରୀ ସୁନିଲ କୁମାର ଭଞ୍ଜ, ସହ ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ ପଣ୍ଡା, ଶାଖା ସଂପାଦକ ଏଲ ଡି ମହାନ୍ତି, ଏ ଶ୍ରୀନିବାସ, ପ୍ରଫୁଲ୍ଲ ବେହେରା,ପ୍ରତାପ ମହାନ୍ତି, ରବି କୁମାର, ସଭାପତି ଶରତ ପଣ୍ଡା, ଧୂଷାସନ୍ ସାହୁ, ସି ଓ ବି ଏସ ପୁହାଣ, ବିଜୟଲକ୍ଷ୍ମୀ ଦାଶ, ରୁନି ବେହେରା, ଅର୍ପିତା ମହାନ୍ତି, ସୁନିଲ ପରିଡ଼ା, ଭଗବାନ ମହାରଣା, ଆୟୁଷ ହର୍ସ, ମୁସ୍ତାକ ଅଲ୍ଲୀ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶ୍ରୀ ବ୍ରହ୍ମାଙ୍କ ମିଶ୍ରଣ ଦ୍ଵାରା ଶ୍ରମିକ କଂଗ୍ରେସ ଆହୁରି ମଜବୁତ୍ ହେବ ବୋଲି ଶାଖା ସଂପାଦକ ଶ୍ରୀ ଏଲ ଡି ମହାନ୍ତି ଦୃଢକ୍ତୀ ପ୍ରକାଶ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ବୋଲାଯାଇ ସଭା ଶେଷ କରାଯାଇଥିଲା।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୧୦/୨୦୨୧----୧୦,୧୦ Sakhigopal News,20/10/2021