Breaking News

ବିଜୁଜନତା ଦଳରଗିରିଗୋବର୍ଦ୍ଧନ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ


ଭେଡେନ - ଅତାବିରା ନିର୍ବାଚନମଣ୍ଡଳୀ ବିଜୁଜନତା ଦଳର ଭେଡେନ ବ୍ଲକ ବକଟୀ ପଞ୍ଚାୟତ ଅପାମରା ଗିରିଗୋବର୍ଦ୍ଧନ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ  ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ବ୍ଲକ ପୂର୍ବତନ ବିଜୁ ଜନତା ଦଳର ସଭାପତି, ଗଇଧର ରଣା ସଭାପତିତ୍ବ କରିଥିଲେ। ପୂର୍ବତନ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ କବିସୂର୍ଯ୍ୟ ପୁରୋହିତ, ପୂର୍ବତନ ଭେଡେନ ବ୍ଲକ ଅଧ୍ୟକ୍ଷ କୃଷ୍ନ କୁମାର ମହାନ୍ତି, ପୂର୍ବତନ ଯୁବ ବିଜୁଜନତା ସଭାପତି ସମୀର ଦେହେରୀ, ପୂର୍ବତନ ମାର୍କଫେଡ ଅଧ୍ୟକ୍ଷ ବିଭୁଦତ୍ତ ପ୍ରଧାନ, ଲକ୍ଷ୍ମୀନାରାୟଣ ରଥ, ବଲରାମ ମିଶ୍ର, ଗୁଣମଣି ଦାଶ,ମାନଭଂଞ୍ଜନ ମେଣ୍ଡଲି, ମନୋରଞ୍ଜନ କୁମ୍ଭାର, ବିଦ୍ୟାଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ରେ ବିଜୁ ଜନତା ଦଳର ଦଳୟ ପ୍ରାର୍ଥି ମାନେ ବିଜୟୀ ହେବେ ସେ ବିଷୟରେ  ଆଲୋଚନା ହୋଇଥିଲା। ପରିଶେଷରେ ଗୌର ଦନ୍ତା ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୦/୨୦୨୧----୫,୪୦  Sakhigopal News,25/10/2021

Blog Archive

Popular Posts