Breaking News

ବଳପୁର ପଞ୍ଚାୟତରେ ଗ୍ରାମ୍ୟ ସଭା



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଭାର୍ଗବୀ ନଦୀର ଭୃଗଘାଟ ନିକଟ ତୋଟାରେ ଏକ ଗ୍ରାମ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର କାର୍ଯ୍ୟନିବାହି ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ତ୍ରିନାଥ ମହାପାତ୍ର, ଜିଆରଏସ ଧୁଃଶାସନ ନାୟକ, ୱାର୍ଡ ସଭ୍ୟ ରୂପରାଜ ବେହେରା, ରବି ସ୍ୱାଇଁ, ମାଧବ ଭୋଇ  ସଭ୍ୟା ମନ୍ଦାକିନି ବେହେରା, ବୁଧି ସାହାଣି ପ୍ରମୁଖ ଯୋଗ ଦେଇ ପ୍ରତି ୱାର୍ଡରେ ବାକି ରହିଯାଇଥିବା ରାସ୍ତା, ନାଳ, ପୋଖରୀ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୦/୨୦୨୧--୮,୧୦  

Sakhigopal News, 28/10/2021

Blog Archive

Popular Posts