Breaking News

ଗରିବଙ୍କ ଗୁହାରୀ ଶୁଣିବାକୁ କୌଣସି ରାଜନୈତିକ ଦଳର ନେତା ନାହାନ୍ତି:ନିଜ ହକ ପାଇଁ ନିଜେ ଲଢେଇ କରିବେ ଝୁମ୍ପୁଡିବାସି



ଜଟଣୀ -- ସ୍ଥାନୀୟ ରେଳବାଇ ଅଞ୍ଚଳରେ ବହୁ ଭୂମିହୀନ ଗରିବ ଝୁମ୍ପୁଡି ବାସୀଙ୍କ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହେବାଳୁ ବସିଲାଣି । ଦୀର୍ଘ ୪୦ରୁ ୫୦ ବର୍ଷ ଧରି ଜଟଣୀ ପୌରପରିଷଦ ଅନ୍ତର୍ଗତ ରେଳବାଇ କଲୋନୀ ଅଞ୍ଚଳରେ ୧ ହଜାର ଭୂମିହୀନ ପରିବାର ଝୁମ୍ପୁଡିଘର କରି ରହି ଆସୁଛନ୍ତି । ବର୍ତ୍ତମାନ ରେଳ ପ୍ରଶାସନ  ନିଜର ଉନ୍ନତି ମୂଳକ କାର୍ଯ୍ୟପାଇଁ ଝୁମ୍ପୁଡି ଉଛେଦ ଜାରିରଖିଛି । ଆଉ କେତକ ଅଳ୍ପ ଝୁମ୍ପଡି ଅଛି ତାହାକୁ ଉଛେଦ ପାଇଁ ରେଳ କତୃପକ୍ଷ ନୋଟିସ ଜାରି କରିଛନ୍ତି । ଏଭଳି ପରିସ୍ଥିତିରେ ସେହି ପରିବାର ଗୁଡିକ ଘର ଭାଙ୍ଗିଯିବାର ଭୟ ନେଇ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘର ଭାଙ୍ଗିଗଲେ ଯିବେ କୁଆଡେ। ହଜାର ହଜାର ଟଙ୍କା ଭଡା ଦେଇ ରହିବାର ସକ୍ଷମ ତାଙ୍କର ନାହିଁ । ଯାହା ରୋଜଗାର କରୁଛନ୍ତି ତାହା ପରିବାର ପୋଷଣରେ କଷ୍ଟକର ହୋଇପଡୁଛି । ବର୍ତ୍ତମାନ ପରିସ୍ଥିତିରେ ଭୂମିହୀନ ଗରିବ ଝୁମ୍ପୁଡି ବାସୀଙ୍କ ଗୁହାରୀ ଶୁଣିବାକୁ କୌଣସି ନେତା ନାହାନ୍ତି ବୋଲି ସେମାନେ କହିଛନ୍ତି। ପ୍ରତ୍ୟକ ରାଜନୈତିକ ଦଳର ତୁଙ୍ଗ ନେତା ହାତଛଡା ଦେଇଛନ୍ତି । ନିର୍ବାଚନ ସମୟ ଆସିଲେ ମାଳମାଳା ନେତା ଦେଖିବାକୁ ମିଳେ । ନିର୍ବାଚନ ସରିଲାପରେ ତୁମେ କିଏ ନା ମୁଁ କିଏ ନିତି ଏଠାରେ ଦେଖିବାକୁ ମିଳିଛି । ଆଗକୁ ପୌର ନିର୍ବାଚନଥିବାରୁ ବର୍ତ୍ତମାନ ଠାରୁ ପ୍ରତ୍ୟକ ଦଳର ଆଶାଇ କୁଜି ନେତାଙ୍କ ଆଗଭର ଦେଖୁବାକୁ ମିଳିଲାଣି । ଜଟଣୀର ପ୍ରତ୍ୟକ ରାଜନୈତିକ ଦଳର କୁଜି ନେତା ନିଜର ସ୍ୱାର୍ଥ ହାସଲ ପାଇଁ  ଗରିବଙ୍କ ସରକାରୀ ସୁବିଧା ଗୁଡିକୁ ନିଜେ ହାତେଇ ନେଇଛନ୍ତି । ଅନେକ କୁଜିନେତା ନିଜର ପିତୃପୁରୁଷ ଅର୍ଜିତ ସମ୍ପତ୍ତିଥାଇ ସରକାରୀ ଜମି ମାଡି ବସି ସେହି ଜାଗାକୁ ଲକ୍ଷ ଲକ୍ଷ ଟଙ୍କାରେ ଜନସାଧାରଣଙ୍କୁ ବିକ୍ରି କରୁଛନ୍ତି । କିନ୍ତୁ ଏହି ଗରିବ ଭୂମିହୀନଙ୍କ ପାଇଁ ମୁଣ୍ଡ ଗୁଞ୍ଜିବା ପାଇଁ ଜମି ଦେବାକୁ ସରକାରଙ୍କ ପାଖରେ ଜାଗା ନାହିଁ । କଥାରେ ଅଛି ତେଲିଆ ମୁଣ୍ଡରେ ତେଲ । ସର୍ବଶେଷରେ ଏହି ଭୂମିହୀନ ପରିବାରଙ୍କ କଷ୍ଟ ସହିନପାରି ସାହାଯ୍ୟର ହାତବଢ଼ାଇଛନ୍ତି ଜଟଣୀର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ସ୍ମୃତି କମିଟି । ଏହି ପରିବାର ଗୁଡିକର ଜରୁରୀ ଥଇଥାନ ନେଇ ସ୍ମୃତି କମିଟି ଗତ  ୮ ତାରିଖ ଦିନ ଜଟଣୀ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଏଥିରେ ପୌରାଧିକାରୀ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ୧୧ ତାରିଖ ଦିନ ସ୍ମୃତି କମିଟି ଓ ଝୁମ୍ପୁଡି ବାସୀଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳକୁ ନେଇ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ସହ ଆଲୋଚନା ପରେ ଯଥା ଶୀଘ୍ର ଭିମିହୀନ ପରିବାରଙ୍କୁ ଥଇଥାନ କରିବା ପାଇଁ ପୌରାଧିକାରଙ୍କୁ ବାଛରା ମୁଣ୍ଡିଆ ଓ ସିଆଇଟି ନିକଟରେ ଥିବା ଖାଲି ଜାଗାରେ ଥଇଥାନ କରିବାପାଇଁ ତହସିଲଦାରଙ୍କ ଯୋଗାଯୋଗ ନେଇ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଧେଶ ଦେଇଥିଲେ । ତହସିଲଦାର ଏହି ଥଇଥାନ ବ୍ୟବସ୍ଥାକୁ ସମ୍ପାଦନ କରିବାପାଇଁ ସ୍ମୃତି କମିଟି ଉପସ୍ଥିତିରେ ଦୁଇ ମାସ ଅବଧିର ସମୟ  ଝୁମ୍ପୁଡି ବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଦେଖିବାକୁ ଗଲେ କିଛି ଜମି ଦଲାଲ ଏବଂ ସ୍ଥାନୀୟ କୁଜିନେତା ମିଶି ବାଛରା ମୁଣ୍ଡିଆର ପାଦଦେଶକୁ ସାମନ୍ତର କରି ପ୍ଲଟିଙ୍ଗ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ବିଶେଷସୂତ୍ରରୁ ଜଣାପଡିଛି । ତେଣୁ ନିଷ୍ପେସିତ ଝୁମ୍ପୁଡି ବାସି ନିଜେ ନିଜର ହକ ପାଇଁ ପାରୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି ନିଜର ମତବ୍ୟକ୍ତ କରିଛନ୍ତି । ଜଟଣୀ ବାସି ଏକ ପରୋପକାରୀ ଏବଂ ସମସ୍ତ ଗରିବଙ୍କ ହିତ ପାଇଁ ତୃତୀୟ ସମ୍ମୁଖ୍ୟ ଦଳରୁପେ ଆବିର୍ଭାବର ବିଶ୍ୱାସ ରଖିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୦/୨୦୨୧-----୪,୫୦   Sakhigopal News,29/10/2021

Blog Archive

Popular Posts