ସବୁଠାରେ କୁମାରପୂର୍ଣ୍ଣିମା ପର୍ବ ପାଳନ ସହିତ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ମା ଗଜଲକ୍ଷ୍ମୀଙ୍କର ମୃଣ୍ମୟୀ ମୂତ୍ତିପୂଜା ଅନୁଷ୍ଠିତ ହୋଇଯାଇଛି । ବଜାର ଓ ଗ୍ରାମ ଛକ ମାନଙ୍କରେ ମାଙ୍କୁ ପୂଜା କରାଯାଇଛି । କୋଭିଡ ଆଇନ ଅନୁଯାୟୀ କେବଳ ପୂଜାନୀତିକାନ୍ତି କରାଯାଉଛି । ସେହିପରି ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଭୋରୁ ଭୋରୁ କୁମାରୀ ମାନେ ଗାଧୁଆ ପାଧୁଆ ସାରି ନୁଆ ଜାମା ପିନ୍ଧି ଚଉରା ମୁଳରେ ଫୁଲ, ଦ୍ୱୀପ, ଧୂପ ଜଳାଇ ଲିଆଖଇ, ନଡିଆ, ଆଖୁ, ଫଳମୂଳ ଥୋଇ ଆଞ୍ଜୁଳା ଟେକିଥିଲେ । ସଂଧ୍ୟାରେ ଆକାଶରେ ଜହ୍ନ ଦେଖିବାପରେ ଛେନା, କ୍ଷୀର, ଚିନି, କପୂର୍ର , ଅଳେଇଚ, ଆଖୁ, କମଳା ଓ ଅଧାଭୋଗ ହୋଇ ରହିଥିବା ସେହି ଲିଆଖଇ, ଫଳମୂଳ ଏକାଠି କରି ଚକାଟା ହେବାପରେ ପୁନ୍ନର୍ବାର ଚାନ୍ଦ ବା ଜହ୍ନମାମୁଁଙ୍କୁ ଭୋଗ ଅର୍ପଣ କରାଯିବା ପରେ ସମସ୍ତେ ପ୍ରସାଦ ପାଇଥିଲେ ।
ସାକ୍ଷୀଗୋପାଳରୁ ଧରରେନ୍ଦ୍ର ସେନାପତି,୨୦/୧୦/୨୦୨୧---୮,୩୦
Sakhigopal News, 20/10/2021