ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଦୁର୍ନିତୀ ନିବାରଣ ସପ୍ତାହ ପାଳନ
Odgaon Raghunath Cooperative College celebrates Anti-Corruption Week
ଓଡ଼ଗାଁ:- ଗତ ଅକ୍ଟୋବର ୨୬ ରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଏହି ପରିପେକ୍ଷୀରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ମଧ୍ଯ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ଯାପକ ମାନେ ସ୍ୱତନ୍ତ୍ର ଭାରତ @୭୫; ସଦାପ୍ରଭୁ ସତ୍ୟନିଷ୍ଠା ରୁ ଆତ୍ମ ନିର୍ଭରଶୀଳତା ପାଇଁ ଶପଥ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧ୍ୟାପକ ଉମ୍ମର ମଲ୍ଲୀକ ଅଧ୍ଯକ୍ଷତା କରିଥିବା ବେଳେ,ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ବିଶ୍ୱନାଥ ମହାରଣା, ବାବାଜୀ ପରିଡ଼ା, ପ୍ରଶାନ୍ତ ପଣ୍ଡା, ନିରୋଜ ପ୍ରଧାନ, ସୁଦୀପ୍ତ ଦଳେଇ, ମୌସୁମୀ ମହାପାତ୍ର, ଶ୍ୱେତପଦ୍ମା ନାୟକ ପ୍ରମୁଖ ଅଧ୍ଯାପକ, ଅଧ୍ଯାପିକା ପ୍ରମୁଖ ଯୋଗଦେଇଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ:- ୩୦/୧୦/୨୧-_---୭,୦୦
Sakhigopal News,30/10/2021