ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ବରଗଡ଼----ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ମୋଟର ଚାଳକ ସଂଘ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୋଟର ଚାଳକ ସଂଘ ପକ୍ଷରୁ କର୍ତ୍ତା ଭାବରେ ପିନଟୁ ପାଢୀ ପୂଜା କାର୍ଯ୍ୟ ତୁଲାଇ ଥିଲେ। ପଣ୍ଡିତ ଭାବରେ ରୁଦ୍ର ନାରାୟଣ ଦାସ ପୂଜାର୍ଚ୍ଚନା କରିଥିଲେ। ମୋଟର ଚାଳକ ସଂଘର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ଓ ସମସ୍ତ ଗାଡି ମାଲିକ ଓ ଡ୍ରାଇଭର୍ ମାନେ କଳସ ଯାତ୍ରା ସହିତ ପୂଜା କାର୍ଯ୍ୟ ତୁଲାଇ ପ୍ରସାଦ ସେବନ ରେ ସହଯୋଗ କରିଥିଲେ। ସେହିପରି ଥୁଆପାଲି ବିଦ୍ୟୁତ୍ ସବଷ୍ଟେସନ ଠାରେ ମଧ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଦ୍ୟୁତ୍ ସେକ୍ସନ୍ ଅଫିସର ପବିତ୍ର ମୋହନ ପାଢୀ କର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇ ଥିଲେ । ପଣ୍ଡିତ ଗଂଗାଧର ପଣ୍ଡା ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ । ଟୁଲୁ ଦାସ, ଡିଲୁ ବେହେରା ଓ ଗୁଣନିଧି ଭୋଇ ସହଯୋଗ କରିଥିଲେ । କଳସ ଯାତ୍ରା ସମୟରେ ବିଦ୍ୟୁତ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତଥିଲେ। ପରେ ପ୍ରସାଦ ସେବନ ରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସେହିପରି ଭାବରେ ଝରାପାଲି ଦୁଗ୍ଧ ସମବାୟ ସମିତି ଠାରେ ମଧ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୁଗ୍ଧ ସମବାୟ ସମିତି ର ସଭାପତି ପ୍ରଧାନ ସ୍ୱାଇଁ କର୍ତ୍ତା ଭାବରେ ସଂପାଦକ ରବିନ୍ଦ୍ର ମହାକୁର, ସମବାୟ ସମିତି ସୁପରଭାଇଜର ସୁପ୍ରଭା ବିଶ୍ଵାଳ ଓ ଶୁଭାଶିଷ କ୍ଷେତି ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇ ଥିଲେ। ଏଥିରେ ବିଭିନ୍ନ ଦୁଗ୍ଧ ସମବାୟ ସମିତି ଆସି ଥିବା ସଦସ୍ୟ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୯/୨୦୨୧,୧୦,୫୦
Sakhigopal News, 17/9/2021