ଗୋଡ଼ଭଗା ନାଗରିକ କମିଟି ତରଫରୁ ୧୫ତମ ନୁଆଁଖାଇ ଭେଟଘାଟ୍ ପାଳିତ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମାଁ ସମଳେଇ ମନ୍ଦିର ଆନୁକୂଲ୍ୟରେ ନାଗରିକ କମିଟିର ୧୫ତମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବରେ ଗୋଡ଼ଭଗା ସାରସ୍ୱତ ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ପ୍ରଧାନ, ଯୁକ୍ତ ତିନିର ଶ୍ରୀମତୀ ପ୍ରତିମା ପାଳ ଓ ମାରୱାଡି ସମାଜର ସଭାପତି ଶ୍ରୀଯୁକ୍ତ ରାମବତାର ଶର୍ମା ଉପସ୍ଥିତ ଥିଲେ । ପ୍ରଥମେ କମିଟି ସଭାପତି ଶ୍ରୀ ବାରିକ ସକାଳ ୧୦ ଟାରେ ମାଁ ସମଲେଇଙ୍କୁ ପୂଜାର୍ଚ୍ଚନା କରି ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ କରିଥିଲେ । ପୂଜା କାର୍ଯ୍ୟ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । କମିଟି ତରଫରୁ ସମ୍ମାନିତ ଅତିଥି ମାନଙ୍କୁ ଉପଢୌକନ ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ପ୍ରଧାନ ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ ବିଷୟରେ ବୁଝାଇଥିବା ବେଳେ ଯୁକ୍ତ ତିନି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିମା ପାଳ ନୁଆଁଖାଇ ଭେଟଘାଟ୍ ବିଷୟରେ ବର୍ଣ୍ଣନା କରି ଭେଟଘାଟ୍ କ'ଣ ବୁଝାଇଥିଲେ । ଏହାପରେ ୧୫ ବର୍ଷ ଧରି ନାଗରିକ କମିଟି ନୁଆଁଖାଇ ଭେଟଘାଟ୍ ପାଳିତ କରି ଆସୁଥିବା ବେଳେ ଅତି ଖୁସିର ସହ ଧନ୍ୟବାଦ ଦେଇଥିଲେ । ନାଗରିକ କମିଟିର ସଂପାଦକ ଉପେନ୍ଦ୍ର ପଣ୍ଡା କମିଟିର ବିବରଣୀ ପାଠ କରିବା ସହ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶ୍ରୀ ବାରିକ ନାଗରିକ କମିଟିର ଉଦ୍ଦେଶ୍ୟ ବୁଝାଇଥିଲେ । ଭାରତୀୟ ସଂସ୍କୃତି ଓ ପରମ୍ପରା ବଜାୟୀ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରି ସହଯୋଗର କାମନା କରିଥିଲେ । ସର୍ବ ଶେଷରେ ସୁଧୀର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୯/୨୦୨୧----୧୧,୧୦
Sakhigopal News,17/9/2021