Breaking News

ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର +୩ ସିଟ ସଂଖ୍ଯା ବଢିଲା


ଓଡଗାଁ:--ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର +୩ କଳା ଓ ବିଜ୍ଞାନ ସିଟ ସଂଖ୍ଯା ଶିକ୍ଷା ବିଭାଗ ପକ୍ଷରୁ ବଢାଯାଇଛି । ବିଜ୍ଞାନ ରେ ୬୪ ସିଟ ସଂଖ୍ଯା ବଢି ୧୨୮ ହୋଇଥିବା ବେଳେ, କଳାରେ ୯୬ଟି ସିଟ ବଢିବା ଯୋଗୁଁ ତାହା ୧୨୪ ରେ ପହଞ୍ଚିଛି। +୩ କଳାରେ ଓଡ଼ିଆ, ସଂସ୍କୃତ, ଇତିହାସ, ରାଜନୀତି ବିଜ୍ଞାନ ଶିକ୍ଷା ଓ ଦର୍ଶନ ଶାସ୍ତ୍ର ସହ, ବର୍ତ୍ତମାନ ନୂଆ କରି ଅର୍ଥନୀତି, ମନୋବିଜ୍ଞାନ ଓ ସମାଜବିଜ୍ଞାନ ରେ ସମ୍ମାନ ଶ୍ରେଣୀ ଯୋଡି ହୋଇଛି। ସେହିପରି ଭୌତିକ ବିଜ୍ଞାନ ରେ ୧୧ରୁ ସିଟ ସଂଖ୍ଯା ବଢି ୨୪କୁ , ରସାୟନବିଜ୍ଞାନ ରେ ୧୧ରୁ ୨୪ କୁ, ଗଣିତ ରେ ୮ରୁ ୧୬କୁ, ଉଦ୍ଭିଦବିଜ୍ଞାନ ରେ ୨୪ ରୁ ୩୨ କୁ ଓ ପ୍ରାଣୀବିଜ୍ଞାନରେ ୮ ରୁ ୩୨ କୁ ସିଟ ସଂଖ୍ଯା ବଢି ଥିବାରୁ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ହେଲେ କମ୍ପୁଟର ବିଭାଗ ରେ ସିଟି ସଂଖ୍ୟା ନବଢି ବାରୁ ଛାତ୍ରଛାତ୍ରୀ ଙ୍କ ଠାରେ ନୈରାଶ୍ୟଭାବ ଦେଖିବାକୁ ମିଳିଛି।

ରିପୋର୍ଟ:-ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ
:- ୨/୯/୨୧ ----- ୧୦,୨୫   
 Sakhigopal News, 2/9/2021

Blog Archive

Popular Posts