Breaking News

ବନବିଭାଗର ଚଢ଼ାଉ ,ଯାତ୍ରୀ ବାହୀ ଅଟୋ ସହ ଶାଗୁଆନ ପଟା ଜବତ: ୨ ଗିରଫ



ଭଞ୍ଜନଗର-- ଯାତ୍ରୀବାହୀ ଅଟୋରେ  ଶାଗୁଆନ ପଟା  ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ  । ୧୩ଖଣ୍ଡ ଶାଗୁଆନ ପଟା ସହ , ଅଟୋ ଜବତ ଓ ଅଟୋ ଡ୍ରାଇଭର ସହିତ କାଠ ବ୍ୟବସାୟୀକୁ  ଗିରଫ କରିଛି ବନବିଭାଗ । ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧିନରେ ଥିବା  ଭଞ୍ଜନଗର ସେକସନରେ ଥିବା ତୁଳସୀପଲ୍ଲୀ ଗାଁ ନିକଟରେ ଚଢ଼ାଉ କରିଥିଲେ ବିଭାଗୀୟ କର୍ମଚାରୀ । ଏକ ଯାତ୍ରୀ ବାହୀ ଅଟୋରେ ବେଝେଇ ହେଇ ଶାଗୁଆନ ପଟା ଆସୁଥିବାର ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ କୈଣସି ସୁତ୍ରରୁ ଖବର ପାଇଥିଲେ । ଭଞ୍ଜନଗର ବନପାଳ ବଂଶୀଧର ବିଷୋୟୀଙ୍କ ନେତୃତରେ ବନରକ୍ଷୀ ଦୀନବନ୍ଧୁ ମିଶ୍ର , ଶୁଶାନ୍ତ କୁମାର ମିଶ୍ର  ଓ ଗାୟତ୍ରୀ କୁମାରୀ ଦାଶ ବେଣାକୁନ୍ଦା ଗ୍ରାମ ନିକଟରେ ଜଗିରହିଥିଲେ । ଉକ୍ତ ଶାଗୁଆନ ପଟା ବେଝେଇ ଯାତ୍ରୀବାହୀ ଅଟୋ ଗାଡିଟି ଆସିବା କ୍ଷଣି ଗାଡିକୁ ବନ କର୍ମଚାରୀମାନେ ଅଟକାଇଥିଲେ ।  ଉକ୍ତ ଗାଡିକୁ ଯାଞ୍ଚ କରିବାରୁ  ଶାଗୁଆନ ପଟା ୧୩ଖଣ୍ଡ ରହିଥିଲା। ଘଟଣାସ୍ଥଳରୁ ବେଝେଇ ହେଇଥିବା ଶାଗୁଆନ ପଟା ସହ ଅଟୋକୁ ଜବତ କରିଥିଲେ । ସଂପୃକ୍ତ ପଟା ବ୍ୟବସାୟୀ ଗୋପିନାଥ ଓ ଅଟେ ଡ୍ରାଇଭର ଯୋଗେନ୍ଦ୍ରକୁ ଗିରଫ କରି ମୁଜାଗଡ ବନାଞ୍ଚଳ କାର୍ଯ୍ୟଳୟକୁ ଅଣାଯାଇ ଅଧିକ ତଦନ୍ତକରି  ବ୍ୟବସାୟୀ ଗୋପିନାଥ ଓ ଯୋଗେନ୍ଦ୍ରକୁ କୋର୍ଟ ଚାଳଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ କହିଛନ୍ତି।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୯/୨୦୨୧  Sakhigopal News,2/9/2021

Blog Archive

Popular Posts