ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ମାଲ୍ ପରିବହନରେ ଶୀର୍ଷ ସ୍ଥାନ ଅଧିକାର କଲା
ଜଟଣୀ -ଏପ୍ରିଲ ୧ ରୁ ୩୧ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ୦୨୧ ୬୩,୪ମିଲିୟନ୍ ଟନ୍ ମାଲ ପରିବହନ ହୋଇଥିଲା । ଲଗାତର ତୃତୀୟ ଥର ପାଇଁ, ଅର୍ଥାତ୍ ଜୁନ୍ -୨୦୨୧ , ଜୁଲାଇ ଏବଂ ଅଗଷ୍ଟ ମାସ ରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ସମଗ୍ର ଭାରତୀୟ ରେଳ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ଅଗଷ୍ଟ ମାସରେ ୧୩,୧୦ ମିଲିୟନ୍ ଟନ୍ ମାଲ ପରିବହନ କରିଛି । ଅଗଷ୍ଟ - ମାସରେ ୧୬୫୫ରେକ୍ ସହିତ ତାଳଚେର ଠାରୁ ସର୍ବାଧିକ ଲୋଡିଂ ହୋଇଛି। ଏବଂ ଭାରତୀୟ ରେଳବାଇ ଦ୍ୱାରା ଲୋଡିଂ ଇତିହାସରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। କୋଭିଡ-19 ର ସ°କ୍ରମଣର ଦ୍ଵିତୀୟ ଲହର ଯୋଗୁଁ ପ୍ରତିକୁଳ ପରିସ୍ଥିତି ଏବଂ କମ୍ ମାନବ ସମ୍ବଳ କାର୍ଯ୍ୟଶକ୍ତି ସତ୍ତ୍ୱେ ଏହି ସଫଳତା ହାସଲ କରିପାରିଛି । ଖୋର୍ଦ୍ଧା ରୋଡ଼ ଡିଭିଜନ୍ ଅଗଷ୍ଟ ରେ ଡିଭିଜନର ବିଭିନ୍ନ ଲୋଡିଂ ପଏଣ୍ଟରୁ ୧୩,୧୦ମିଲିୟନ୍ ଟନ୍ ମାଲ ପରିବହନ କରିଛି । ଏହି ରେଳ ମଣ୍ଡଳ କ୍ରମାଗତ ତୃତୀୟ ଥର ପାଇଁ ମାଲ ପରିବହନ ରେ ଭାରତୀୟ ରେଳବାଇ ରେ ଶୀର୍ଷ ସ୍ଥାନ ସୁରକ୍ଷିତ କରିଛି। ରେଳ ମଣ୍ଡଳ ଜୁନ୍, ଜୁଲାଇ ଏବଂ ଅଗଷ୍ଟ ରେ ଯଥାକ୍ରମେ ୧୨,୭୪ ମିଲିୟନ ଟନ, ୧୩,୧୩ ମିଲିୟନ ଟନ ଓ ୧୩,୧୦ ମିଲିୟନ ଟନ ମାଲ ପରିବହନ କରିଛି।ଅଗଷ୍ଟ ମାସରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ତାଲଚର ଠାରୁ ୧୬୫୫ରେକ୍ ଅର୍ଥାତ୍ ପ୍ରତିଦିନ ୫୩,୪ ରେକ୍ ଲୋଡ କରି ସର୍ବଶ୍ରେଷ୍ଠ ଲୋଡିଂ ପଞ୍ଜିକୃତ କରିବାର ସଫଳତା ହାସଲ କରିଛି।ଭାରତୀୟ ରେଳବାଇ ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ମାଲ ପରିବହନ କରିବାରେ ଶୀର୍ଷ ସ୍ଥାନରେ ରହିଥିବାରୁ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହିତାଧିକାରୀ ଏବଂ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କଞ୍ଚାମାଲ ପରିବହନରେ ଏହି ପ୍ରୟାସ ଏବଂ ପରିଶ୍ରମ ଜାରି ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଜଟଣୀ ରୁ ରଙ୍ଗନାଥ ବେହେରା ଙ୍କ ରିପୋର୍ଟ,୧/୯/୨୦୨୧------୧୦,୫୦
Sakhigopal News1/9/2021