ଧାନବିଲ ରୁ ଫେରୁଥିବା ବେଳେ ବଜ୍ରାଘାତ ; ଜଣେ ମୃତ , ଜଣେ ଆହତ
ଭଞ୍ଜନଗର-----ପୁଣି ବଜ୍ରାଘାତରେ ଜଣକ ଜୀବନ ଯାଇଥିବା ବେଳେ , ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଆମ୍ବଡୋଳି ଗାଁ ନିକଟ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ନିକଟସ୍ଥ ଆମ୍ବଡୋଳି ଗ୍ରାମ ର ସୋନାଲି ବିଷୋୟୀ (୧୫) । ଏବଂ ଆହତ ଜଣକ ହେଲେ ମୟ ବିଷୋୟୀ (୪୦) । ସୂଚନା ପ୍ରକାରେ ଉଭୟେ ଧାନବିଲକୁ ଯାଇ ଫେରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଉଭୟ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୋନାଲି କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିଭଳି ଆହତ ହୋଇଥିବା ମୟ ବିଷୋୟୀ ଙ୍କ ଚିକିତ୍ସା ଜାରି ରହିଛି । ଉଭୟେ ଗରୀବ ପରିବାରର ହୋଇଥିବାରୁ ମୃତକଙ୍କ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଆହତ ମହିଳା ଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଜଣସାଧାରଣ ରେ ଦାବି ହୋଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୧----୮,୩୦
Sakhigopal News, 9/9/2021