ନୟାଗଡ଼ ବନଖଣ୍ଡ ଅଧିକାରୀ ଙ୍କ ବଦଳି ପ୍ରତ୍ୟାହାର ଦାବି କଲେ ପରିବେଶ ପ୍ରେମୀ
ନୟାଗଡ଼/ଓଡଗାଁ:---ନୟାଗଡ ବନଖଣ୍ଡ ଅଧିକାରୀ ଧମଧୀର ଧନରାଜ ହନୁମନ୍ତ ଙ୍କ ବଦଳି କୁ ବାତିଲ କରିବା ପାଇଁ ନୟାଗଡ଼ ଜିଲ୍ଲା ର ବିଭିନ୍ନ ପରିବେଶ ପ୍ରେମୀ ରାଜ୍ଯ ସରକାରଙ୍କୁ ଅନୁରୋଧ କରିଛନ୍ତି। ବନଖଣ୍ଡ ଅଧିକାରୀ ଧନରାଜ. ଏଚଡି ଓଡ଼ିଆ ନ ହୋଇ ମଧ୍ଯ ନୟାଗଡିଆ ଙ୍କ ଅତି ଆପଣାର ପାତ୍ର ହୋଇଥିଲେ। ନୟାଗଡ଼ ଜିଲ୍ଲା ର ବିଭିନ୍ନ ଜଙ୍ଗଲରେ ନିଆଁ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ହଉ ବା ଜଙ୍ଗଲରୁ ଗଛ ଚୋରି କରୁଥିବା କାଠ ମାଫିଆ ମାନଙ୍କୁ ଗିରଫ କରିବାରେ ବେଶ ସଫଳତା ହାସଲ କରିଥିଲେ । ନୟାଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବ୍ୟାପକ ଚାରାରୋପଣ କରି ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ। ତେଣୁ ଅକସ୍ମାତ ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ. ଏଚଡି ଙ୍କ ବଦଳି କୁ ବିରୋଧ କରିବା ସହିତ ବଦଳି ବାତିଲ ପାଇଁ ବିଭିନ୍ନ ଗଣମାଧ୍ୟମ ଜରିଆରେ ରାଜ୍ଯ ସରକାର ଙ୍କୁ ଅନୁରୋଧ କରିଛନ୍ତି ନୟାଗଡ଼ ର ବିଭିନ୍ନ ପରିବେଶ ପ୍ରେମୀ।
ଓଡ଼ଗାଁ ବ୍ଳକ "ସମ୍ଭବ" ଅନୁଷ୍ଠାନ ର ପଦ୍ମଶ୍ରୀ ସାବରମତୀ, କଣ୍ଟିଲୋର ଗଛସାର ଅନ୍ତର୍ଯ୍ୟାମୀ ସାହୁ, କୁରାଳ ପରିବେଶ ସାଥି ସୁକାନ୍ତ ଚୌଧୁରୀ, ଦଣ୍ଡୋର ର ପରିବେଶ ତଥା ସାମାଜିକ କର୍ମୀ ସାନ୍ତନୁ ବିଶୋଇ, "ସୋହମ"ଅନୁଷ୍ଠାନ ର ପରିବେଶ ପ୍ରେମୀ କାମାକ୍ଷା ପ୍ରସାଦ ଦାସ, ସଂସ୍କାର ଚାରିଟେବଲ ଟ୍ରଷ୍ଟ ର ସତ୍ୟବାଦୀ ସ୍ୱାଇଁ, ଇତ୍ୟାଦି ନୟାଗଡ଼ ର ଅନେକ ପରିବେଶ ପ୍ରେମୀ ବନଖଣ୍ଡ ଅଧିକାରୀ ଙ୍କ ବଦଳି କୁ ପ୍ରତ୍ଯାଖ୍ଯାନ ପାଇଁ ରାଜ୍ଯ ସରକାର ଙ୍କୁ ଅନୁରୋଧ କରିଛନ୍ତି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
-୧୦/୯/୨୧ ----୭,୫୦
Sakhigopal News, 10/9/2021