Breaking News

ଖୋର୍ଦ୍ଧାରୋଡ ମଣ୍ଡଳ ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତି




ଜଟଣୀ -ପୂର୍ବତଟ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ନିମ୍ନଲିଖିତ ଅନୁଯାୟୀ ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ସ୍ପେଶାଲ୍, ପୁରୀ-ହାଓଡ଼ା-ପୁରୀ ଜଗନ୍ନାଥ ସ୍ପେଶାଲ୍ ଏବଂ ଖୋର୍ଦ୍ଧା ରୋଡ୍-ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ସ୍ପେଶାଲ ଟ୍ରେନ ସେବା ପ୍ରାରମ୍ଭ କରିବାକୁ ରେଳବାଇ ପକ୍ଷରୁ  ନିଷ୍ପତ୍ତି ନିଆଯାଇଛି ।
08503/08504 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ସ୍ୱତନ୍ତ୍ର ତ୍ରି-ସାପ୍ତାହିକ ସ୍ପେଶାଲ ଟ୍ରେନ ବିଶାଖାପାଟନମ୍ ଠାରୁ 11 ସେପ୍ଟେମ୍ବର, 2021ରୁ ଏବଂ ଅମୃତସରରୁ 15 ସେପ୍ଟେମ୍ବର, 2021 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି |  ପୂର୍ବରୁ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକ ବଦଳରେ ହୀରାକୁଦ ସ୍ପେଶାଲ୍ ଟ୍ରେନ୍ ଆଧୁନିକ ଲିଙ୍କେ-ହୋଫମ୍ୟାନ୍-ବସ୍ (LHB) କୋଚ୍ ସହିତ ଚଳାଚଳ କରିବ ।  ଏହି ଟ୍ରେନ୍ ପ୍ରତି ମଙ୍ଗଳବାର, ଶୁକ୍ରବାର ଏବଂ ଶନିବାର ଦିନ 0025 ଘଣ୍ଟାରେ (ସୋମ, ଗୁରୁ ଓ ଶୁକ୍ରବାର ରାତ୍ରି ୧୨ଘ.୨୫ମି.ରେ) ବିଶାଖାପାଟନମ୍ ଛାଡିବ ଏବଂ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ରବିବାର ଦିନ ଅମୃତସରରୁ ରାତ୍ରି ୧୧ଘ.୫୫ମି.ରେ ଛାଡିବ । ଏହି ଟ୍ରେନ୍ ଭୁବନେଶ୍ୱର-ସମ୍ବଲପୁର-ବିଳାସପୁର-କାଟନି ମୁରୱାରା-ଝାନ୍ସୀ-ଆଗ୍ରା କାଣ୍ଟ-ନୂଆଦିଲ୍ଲୀ-ଜଳନ୍ଧର ମାର୍ଗ ଦେଇ ଚଳାଚଳ କରିବ ଏବଂ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମାନଙ୍କରେ ରହଣି କରିବ । 
08410/08409 ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ୍ ପୁରୀ ରୁ 15 ସେପ୍ଟେମ୍ବର ଠାରୁ ରାତ୍ରି ୧୦ଘ.୪୦ମି.ରେ ଏବଂ ହାଓଡ଼ାରୁ 16 ସେପ୍ଟେମ୍ବର, 2021 ଠାରୁ ସନ୍ଧ୍ୟା ୭ଘ.୦୫ମି.ରେ ପ୍ରତିଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ପୁରୀ ଓ ହାଓଡ଼ା ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ୍, ବାଲେଶ୍ୱର, ବସ୍ତା, ଜଳେଶ୍ୱର, ବେଲଦା,ଖଡଗପୁର, ମେଛେଦା ଏବଂ ସାନ୍ତ୍ରାଗଛି ଷ୍ଟେସନ ମାନଙ୍କ ଠାରେ ରହଣି କରିବ ।
08404/08403 ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ପୁରୀରୁ 20 ସେପ୍ଟେମ୍ବର ଠାରୁ ସନ୍ଧ୍ୟା ୫ଘ.୪୫ମି.ରେ  ଛାଡିବାକୁ ଥିବାବେଳେ ଏହା 21 ସେପ୍ଟେମ୍ବର, 2021 ଠାରୁ ଖୋର୍ଦ୍ଧା ରୋଡ଼ ରୁ ସକାଳ ୭ଘ.୪୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।  ଏହି ଟ୍ରେନ୍ ଉଭୟ ଦିଗରୁ ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ରୋଡ଼, ଡେଲାଙ୍ଗ, କଣାସ ରୋଡ୍, ମୋଟାରୀ ଏବଂ ହରିପୁରଗ୍ରାମ ଷ୍ଟେସନ ମାନଙ୍କରେ ରହଣି କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୯/୨୦୨୧---୬,୪୦ Sakhigopal News,3/9/2021

Blog Archive

Popular Posts