Breaking News

ଡୁଙ୍ଗୁରିପାଲି ଠାରେ ୨୧ ତମ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି

 
ଭେଡେନ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ର ଡୁଙ୍ଗୁରିପାଲି ଠାରେ ବୀରଭୈରୋ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଆୟୋଜିତ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ଖେଳରେ ଅଲିଭା ସାଂସ୍କୃତିକ ସଂସଦ ସଭାପତି ରାଜେନ୍ଦ୍ର ବାଗ ଯୋଗଦେଇଥିଲେ ।  ସେମିଫାଇନାଲ ମ୍ୟାଚରେ ଲଚିଦା ଓ ୟଂଗ ଷ୍ଟାର୍ ଭୈଏରୋପାଲି ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଭୈଏରୋପାଲି ଦଳ ଏଥିରେ ୧/୦  ଗୋଲ ରେ ବିଜୟୀ ହୋଇ ଥିଲେ । ଫାଇନାଲ ମ୍ୟାଚ ଖେଳିବା କୁ ଯୋଗ୍ଯ ବିବେଚିତ ହୋଇ ଥିଲେ। ଆଜି ଦ୍ଵିତୀୟ ଦିନ ଖେଳ ରେ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ ସେମିଫାଇନାଲ ସୋନି ସ୍ପୋର୍ଟିଂ ତୋରା ଓ ପାତିକର ପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଧାରିତ ସମୟରେ ଅମୀମାଂସିତ ହୋଇଥିଲା ଫଳରେ ଟାଇବ୍ରେକର୍ ମାଧ୍ୟମରେ ପାତିକର ପଲ୍ଲୀ ଦଳ  ସୋନି ସ୍ପୋର୍ଟିଂ ତୋରା ଦଳ କୁ ୫/୪ ଗୋଲରେ ପାତିକର ପଲ୍ଲୀ ବିଜେତା ହୋଇଥିଲେ। ଗତକାଲି ସେମିଫାଇନାଲ ବିଜେତା ୟଂଗ ଷ୍ଟାର୍ ଭୈଏରୋପାଲି ଓ ଆଜି ର ସେମିଫାଇନାଲ ବିଜେତା ପାତିକର ପଲ୍ଲୀ ମଧ୍ୟ ରେ ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଭୈଏରୋପାଲି ପାଲି ୨/୦ ଗୋଲ ରେ ବିଜୟୀ ହୋଇ ଥିଲେ। ଆଜି ଫାଇନାଲ ମ୍ୟାଚ ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା କ୍ରୀଡାବିତ୍ ଦଖିଲ ପ୍ରଧାନ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପୁରସ୍କାର ପ୍ରଦାନ କରିଥିଲେ। ଅତିଥି ଭାବେ ଯୋଗ ଦେଇଥିଲେ ବୀବବରବାଗ, ଏକାଦଶୀଆ ହଟେଇ, ପର୍ଶୁରାମ ପାତ୍ର ଓ ଅର୍ଜୁନ ପ୍ରଧାନ। ଏଥିରେ ଖେଳ ପରିଚାଳନା କରିଥିଲେ ଶିବାନଂଦ ଦାସ, ନିରଞ୍ଜନ ମହାକୁଡ଼, ଉମେଶ ଭୋଇ ଓ ଦୀପେଶ ପ୍ରଧାନ ।ଧାରାବିବରଣୀ ପ୍ରଦାନ କରିଥିଲେ ରାଧେଶ୍ଯାମ ଭୋଇ ଓ ଗଜାନନ ସାହୁ। ପୁରସ୍କାର ବିତରଣ ଉତ୍ସବ କୁ ପରିଚାଳନା କରିଥିଲେ ଅଲିଭା ସାଂସ୍କୃତିକ ସଂସଦ ର ସଭାପତି ରାଜେନ୍ଦ୍ର ବାଗ (ଯାଦବ) ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୩/୯/୨୦୨୧---- ୬,୩୦  Sakhigopal News,3/9/2021

Blog Archive

Popular Posts