Breaking News

ଗାଧେଇବା ସମୟରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯୁବକର ମୃତ୍ୟୁ

 =ସାକ୍ଷୀଗୋପାଳ -----  ସତ୍ୟବାଦୀ ଥାନା ଅନ୍ତର୍ଗତ  ମଠସାହିର ଭଡାରେ ରହୁଥବା  ଦେବରାଜ ( କାଳୁ)ପ୍ରଧାନ (୩୬) ବର୍ଷ  ପୋଖରୀରେ ଗାଧେଇବା ସମୟରେ ଗୋଡ ଖସି ଯିବାରୁ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ସୁଚନାଯୋଗ୍ୟ ଯେ ଦେବରାଜଙ୍କର ଘର ଅଳଗୁମ ଗ୍ରାମରେ ବୋଲି ଜଣାପଡିଛି ।   କାଲି ରାତିରେ ମଠସାହିରେ ଥିବା ପଦ୍ମପୋଖରିରେ ଗାଧେଇବା ସମୟରେ କାଳୁଙ୍କର ଗୋଡ ଖସି ଯିବାରୁ  ସେ ପାଣିରେ ବୁଡି ଯାଇଥିଲେ । ଦେବରାଜଙ୍କର ଆସିବା ଡେରି ହେବାରୁ ଘର ଲୋକମାନେ ଖୋଜା ଖୋଜି କରିଥିଲେ । ନ ପାଇବାରୁ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଗ୍ରାମର ଯୁବକ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ପାଣିରୁ ଦେବରାଜଙ୍କୁ ଉଦ୍ଦାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମେନ୍ତ ପୁରୀ ପଠାଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୩/୯/୨୦୨୧---=୬,୫୦

 Sakhigopal News, 3/9/2021

Blog Archive

Popular Posts