ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ପ୍ରମାଣ ଅଭାବରୁ ,ସ୍ବାମୀ ସମେତ ୪ ନିର୍ଦ୍ଦୋଶରେ ଖଲାସ
ଭଞ୍ଜନଗର,- ୨୦୧୯ ମସିହାରେ ଭଞ୍ଜନଗର ଥାନା ଅନ୍ତର୍ଗତ , ବଡକୋଦଣ୍ଡା ଗ୍ରାମରେ ଜଣେ ବିବାହିତ ମହିଳା ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତରେ ସ୍ବାମୀ ସମେତ ୪ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା । ଶେଷରେ ପ୍ରମାଣ ଅଭାବରୁ ସୋମାନେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ସୂଚନା ପ୍ରକାରେ , ବଡକୋଦଣ୍ଡା ଗ୍ରାମର , ଅସୁଲ ବେହେରାଙ୍କସ୍ବୀ ରୀନା ବେହେରାକୁ ହତ୍ୟା ପରେ , ତାଙ୍କ ମୃତ ଦେହ କୁ ଶ୍ମସାନରେ ପୋଡ଼ି ଦିଆଯାଇଥିଲା । ଏହି ଘଟଣା ସଂପର୍କରେ ରୀନାର ବାପା ବିପ୍ର ଡାକୁଆ ଜାଣିବା ପରେ ଭଞ୍ଜନଗର ଥାନାରେ ଜ୍ବାଇଁ ଅସୁଲ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ଥାନା କେସ ନଂ ୬୧/୧୯ ରେ ମାମଲା ରୁଜୁ କରିଥିଲା ଭଂଜନଗର ପୋଲିସ । ଶୂଶାନ ରୁ ହାଡ଼ ଓ ପାଉଁଶ ମଧ୍ୟ ଜବତ ହୋଇଥିଲା । ସ୍ବାମୀ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।ଏହି ଘଟଣା ୨୯.୧.୨୦୧୯ରେ ଘଟିଥିଲା । ମାନ୍ୟବର ବିଚାରପତି ଜାମିନ ଖାରଜ କରିବା ପରେ ଅଭିଯୁକ୍ତମାନେ କିଛି ଦିନ ଜେଲରେ ରହିଥିଲେ । ପରେ ଜାମିନରେ ଆସିଥିଲେ ଏବଂ ମାମଲା ବିଚାରଧୀନ ଥିଲା । ଏହି ଘଟଣାକୁ ନେଇ ମାମଲାରେ ଥିବା ୪ ଅଭିଯୁକ୍ତଙ୍କ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହି ମାମଲାରେ ଭଞ୍ଜନଗର ପୁଲିସ ଅସୁଲ ବେହେରା,ଜିତୁ ବେହେରା,ବାବୁଲା ବେହେରା ଓ ମହେଶ୍ୱର ବେହେରାଙ୍କୁ ଅଭିଯୁକ୍ତ କରିଥିଲା । ଏହି ମାମଲାର ଶୁଣାଣି କରି ଭଞ୍ଜନଗର ଏଡିଜେଏମ କୋର୍ଟର ମାନ୍ୟବର ବିଚାରପତି ଅରୁଣ କୁମାର ସାହୁ , ଉପଯୁକ୍ତ ପ୍ରମାଣ ଅଭାବରୁ ସମସ୍ତ ୪ ଅଭିଯୁକ୍ତ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଇନଜୀବୀ ରବି ଦାଶ, ଅଶୋକ ଗୈାଡ ଓ ସୁମନ୍ଧ୍ର କୁମାର ତ୍ରିପାଠୀ ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାର ଙ୍କ ପକ୍ଷରୁ , ଆଇନଜୀବୀ ଏମ ତାଜ ଆଦେନୀ ମକଦ୍ଦମା ପରିଚାଳନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୯/୨୦୨୧---୬,୨୦ Sakhigopal News,3/9/2021