Breaking News

କେନାଲ ରେ ବୁଡି ଯୁବକର ମୃତ୍ୟୁ .. ୧୨ ଘଣ୍ଟା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ମୃତଦେହ ଉଧାର

 
ଭଞ୍ଜନଗର--- ଗାଧୋଇବାକୁ ଯାଇ କେନାଲ ରେ ଭାସିଗଲେ ଯୁବକ । ଖୋଜାଖୋଜି ପରେ କୈାଣସି ସନ୍ଧାନ ମିଳିନଥିଲା । ଶେଷରେ ନିଖୋଜ ୧୨ ଘଣ୍ଟା ପରେ , ସ୍ଥାନୀୟ ଲୋକଙ୍କ ଦ୍ବାରା କେନାଲ ରୁ ଉଧାର ହେଲା ମୃତ ଦେହ । ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗାଁ ନିକଟ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ମୁନା ସ୍ବାଇଁ (୨୨) ବୋଲି ଜଣାପଡିଛି । ସୂଚନା ପ୍ରକାରେ ଏହି ଗାଁ ର କଂଗର ସ୍ବାଇଁ ଙ୍କ ପୁଅ ମୁନା, ଗୁରୁବାର ସକାଳ ସମୟରେ ନିକଟସ୍ଥ କେନାଲ କୁ ଗାଧୋଇବା ପାଇଁ ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ମୁନା ଘରକୁ ନଫେରିବାରୁ , କେନାଲରେ ଭାସିଯାଇଥିବା ନେଇ ପରିବାର ଲୋକଙ୍କ ସନ୍ଦେହ ହେଲା । ଏ ସଂକ୍ରାନ୍ତରେ ଅଗ୍ନିଶମ ବାହିନୀକୁ ଖବର ଦିଆଗଲା । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ କୈାଣସି ସନ୍ଧାନ ମିଳିନଥିଲା । ସଂଧ୍ୟା ପ୍ରାୟ ୭ ଟା ସମୟରେ , ଗ୍ରାମର କିଛି ଲୋକ ଖୋଜାଖୋଜି ପରେ , ଘଟଣା ସ୍ଥଳଠାରୁ ପ୍ରାୟ ୧୦୦ ମିଟର ଦୂରରେ ମୁନା ଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏନେଇ ପରିବାର ଲୋକେ ଗାଙ୍ଗପୁର ଥାନା ରେ ଖବର ଦେଇଥିଲେ । ସୂଚନା ପ୍ରକାରେ କଂଗର ସ୍ବାଇଁ ଙ୍କ ଦୁଇ ଝିଅ ଙ୍କ ମଧ୍ୟରେ ଏକମାତ୍ର ପୁଅ ଥିଲା  ମୁନା ।ଭଞ୍ଜନଗରରୁ ରବିନ୍ଦ୍ରର ପ୍ରଧାନଙ୍କ ରିପୋର୍ଟ,୩/୯/୨୦୨୧----୬,୨୫    Sakhigopal News,3/9/2021

Blog Archive

Popular Posts