ଶିକାର ଉଦ୍ୟମ ବିଫଳ: ଦୁଇ ଶିକାରୀ ଗିରଫ , ବନ୍ଧୁକ ଜବତ
ଭଞ୍ଜନଗର-- ବନ୍ଧୁକ ଧରି , ଜଙ୍ଗଲ ଭିତରେ ପଶୁ ଶିକାର କରିବା ପାଇଁ ଉଦ୍ୟମ କରୁଥିବା ବେଳେ , ବନବିଭାଗ ଚଢ଼ାଉ କରିଥିଲେ । ଦୁଇଜଣ ଶିକାରୀ ଙ୍କୁ ଗିରଫ କରିବା ସହ , ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ , ଗୁଳି ଓ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ବନବିଭାଗ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ର , ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ , ଜଗନ୍ନାଥପ୍ରସାଦ ନିକଟ ସଂରକ୍ଷିତ ଜଙ୍ଗଲରେ ନଜରକୁ ଆସିଛି ଏଭଳି ଘଟଣା । ଗିରଫ ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥପ୍ରସାଦ ର ସନ୍ତୋଷ ବେହେରା ଏବଂ ଆଙ୍କୁଲକୁମ୍ପା ଗ୍ରାମର ଜଳନ୍ଧର ଜାନୀ । ଉଭୟେ , ସ୍ଥାନୀୟ ଜଙ୍ଗଲ ର ଭାଗ ନମ୍ବର - ୬ ରେ , ବନ୍ୟଜନ୍ତୁ ଙ୍କୁ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ଖବର ପାଇ ସହକାରୀ ବନଖଣ୍ଡ ଅଧିକାରୀ ସୁଦର୍ଶନ ବାଦୀ ,ମାଦୀ ମୋତିଲାଲଙ୍କ ନିନ୍ଧେର୍ଶ କ୍ରମେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ଙ୍କ ପରାମର୍ଶ କ୍ରମେ ଅଭିଯୁକ୍ତ ଙ୍କୁ ଧରିଥିଲେ ବନ କର୍ମଚାରୀ । ସେମାନଙ୍କୁ ଜେରା ପରେ ଜଣାପଡ଼ିଥିଲା , ପୂର୍ବରୁ ସେମାନେ ବହୁଥର ଜଙ୍ଗଲ ଭିତରେ ବନ୍ୟଜନ୍ତୁ ଙ୍କୁ ଶିକାର କରିଛନ୍ତି । ହେଲେ ବନ କର୍ମଚାରୀଙ୍କ ନଜର ରୁ ଆସି ଯାଉଥିଲେ । ସଂପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ ପରେ ସେମାନଙ୍କୁ , କୋର୍ଟ କୁ ଚାଲାଣ କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ଚଢାଉ ରେ ବନପାଳ ଇସା ଗଣେଶ , ରାଜେନ୍ଦ୍ର ଦଳାଇ , ବନରକ୍ଷୀ ବିଦ୍ୟୁତଲତା ତ୍ରିପାଠୀ , ସରୀତା ପ୍ରଧାନ ଓ ସ୍କ୍ୱାର୍ଡ ଟିମ୍ ସାମିଲ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୩/୯/୨୦୨୧-----୬,୧୫ Sakhigopal News,3/9/2021