Breaking News

ଭାଲୁ କାମୁଡାରେ ଜଣେ ଗୁରୁତର


 ଭଞ୍ଜନଗର----- ଭଞ୍ଜନଗର-ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅଧିନରେ ଗାୟାଗଣ୍ଡା ସେକସନରେ ଥିବା ଜିରିପଡା ଗ୍ରାମର ଶରତ ମଲ୍ଲିକ ଭାଲୁ କାମୁଡାରେ ଗୁରୁତର ଆହତ ହୋଇଛନ୍ତି। ଖବର ନେବାରେ ଶରତ ନିକଟସ୍ଥ ଜଙ୍ଗଲକୁ ଶିଆଳି ନଈ ଆଣିବା ପାଇଁ ଯାଇଥିଲେ ।  ଭାଲୁଟି ଏକ ବୁନ୍ଧାମୂଳରେ ରହିଥିଲା ।ଭାଲୁଟି ହଠାତ୍ ବାହାରି ଶରତକୁ କାମୁଡି ଦେବା ଫଳରେ ଶରତ ଗୁରୁତର ଅବସ୍ଥାରେ ବୁଦା ମୁଳରେ ପଡିରହିଥିଲେ  ।ସନ୍ଧ୍ୟା ପଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିବା ପରେ ଏକ ବୁଦାମୁଳରେ ଗୁରୁତର ଅବସ୍ଥାରେ ପଡିରହିଥିବାର ପରିବାର ଲୋକ ଦେଖି ସେଠାରୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳକୁ ଯାତାୟାତ ପାଇଁ ବ୍ୟବସ୍ଥା ନ ଥିବାରୁ ଏକ ଢୋଳା କରି ମୁଖ୍ୟରାସ୍ତାକୁ ଆଣିବା ପରେ ୧୦୮ ଗାଡି ଯୋଗୋ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲ ଗାୟାଗଣ୍ଡା ବନପାଳ ମାନସ ରଂଞ୍ଜନ ପ୍ରଧାନ ଓ ବନରକ୍ଷୀ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଜି ଚିକିତ୍ସାରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୯/୨୦୨୧---୫,୧୦ 
Sakhigopal News, 17/9/2021

Blog Archive

Popular Posts