Breaking News

=ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ; ନଦୀ ବନ୍ଦରେ ପ୍ରହରା ଆରମ୍ଭ


 ସାକ୍ଷୀଗୋପାଳ----- ଲଘୁଚାପ ଜନିତ ବର୍ଷା ଯୋଗୁ  ସତ୍ୟବାଦୀରେ ପ୍ରବାହିତ ଭାର୍ଗବୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି । ଏବେ ନଦୀ ପଠା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀର ବାମ ପାଶ୍ୱର୍  ବନ୍ଦବଳଙ୍ଗା ଜଳସେଚନ ଅଧିନରେ ରହିଥିବା ବେଳେ ଡାହଣ ପାଶ୍ୱର୍ ନଦୀ ବନ୍ଦ ସତ୍ୟବାଦୀ ଜଳସେଚନ ବିଭାଗ ଅଧୀନରେ ରହିଛି । ନଦୀରେ ବନ୍ୟା ପରିସ୍ଥିତକୁ ନଜର କରି ଜଳସେଚନ ବିଭାଗର ବଳଙ୍ଗା ଓ ସତ୍ୟବାଦୀ ଡିଭିଜନ ସଜାଗ ରହିଛନ୍ତି । ସମସ୍ତ କର୍ମଚାରୀ ମାନେ ପ୍ରାଟୋଲିଂ ସହିତ ସଜାଗ ରହିଛନ୍ତି ।   ନଦୀ ବନ୍ଦରେ କୌଣସି ବିପଦ ବା ଅସୁବିଧା ନାହିଁ ବୋଲି ସତ୍ୟବାଦୀ ଜଳସେଚନ ବିଭାଗ ଦାୟତ୍ୱରେ ଥିବା ଉପଖଣ୍ଡ ଅଧିକାରୀ ନବ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ବଳଙ୍ଗା ଡିଭିଜନରେ ୧୦.୪୨ ବିପଦ ସଙ୍କେତ ରହିଥିବା ବେଳେ ସେଠାରେ ୧୦.୦୩ ବନ୍ୟା ଜଳ ପ୍ରବାହିତ ହେଉଥିବା ବଳଙ୍ଗା ଡିଭିଜନର ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲ୍ଲିକଙ୍କ ଠାରୁ ସୁଚନା ମିଳିଛି । ଦୁଇ ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ନଦୀ ବନ୍ଦରେ ଦିନରାତି ମଟର ସାଇକେଲରେ ପାଟୋଲିଂ କରୁଥିବା ଜଣାପଡିଛି ।  ଅନ୍ୟ ପକ୍ଷେ ପାଣି ମୁଣ୍ଡଳିରୁ କମିବା ଆରମ୍ଭ ହୋଇଥବା ଜଣାପଡିଛି । କୌଣସି ଭୟଭୀତ ହେବାର ନାହିଁ ବୋଲି ସତ୍ୟବାଦୀ ଜଳସେଚନ ବିଭାଗର ଉପଖଣ୍ଡ  ଅଧିକାରୀ ଶ୍ରୀ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୧--୮,୨୦ 

 Sakhigopal News, 16/9/2021

Blog Archive

Popular Posts