ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ସ୍ଵଚ୍ଛତା ପଖୱ।ଡା”
ଜଟଣୀ --ଖୋର୍ଦ୍ଧା ରୋଡ଼ ମଣ୍ଡଳ ୧୬ ସେପ୍ଟେମ୍ବରରୁ୩୦ ସେପ୍ଟେମ୍ବର ୨୦୨୧ପର୍ଯ୍ୟନ୍ତ “ସ୍ଵଚ୍ଛତା ପଖୱ।ଡା” ପାଳନ କରାଯାଉଛି । ରେଳ ଷ୍ଟେସନ୍ ପରିସର, ଟ୍ରେନ୍, ଅଫିସ୍, ରକ୍ଷଣାବେକ୍ଷଣ ଡିପୋ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସ୍ୱଚ୍ଛତା ପଖୱ।ଡା, ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ସ୍ୱଚ୍ଛତା ଶପଥ ସହିତ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ନିଜକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତିଶ୍ରୁତି ଦେବା ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପାଇଁ ଉତ୍ସାହିତ କରିବା । ସ୍ୱଚ୍ଛତା କାର୍ଯ୍ୟକଳାପ ପ୍ରତି ସପ୍ତାହରେ ଦୁଇ ଘଣ୍ଟା ଉତ୍ସର୍ଗ କରିବାକୁ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନକରିବାକୁ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ।
ଏହି ମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ଼, ବାଲୁଗା, ବ୍ରହ୍ମପୁର, ପଲାସା, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ ଠାରେ କର୍ମଚାରୀମାନେ ସ୍ବଚ୍ଛତା ଶପଥ ନେଇଛନ୍ତି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସ୍ବଚ୍ଛତା ଉପରେ ବ୍ୟାନର, ପୋଷ୍ଟର, ଜିଙ୍ଗଲ୍ ଶ୍ରବଣ ଏବ° କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ, ସଫେଇ କର୍ମଚାରୀ ଏବଂ ଯାତ୍ରୀ ସେବା ସହ ଜଡିତ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ପାଇଁ ଏକ କର୍ମଶାଳା ଏବଂ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶ୍ରୀ ମାନସ କୁମାର ପୋଦ୍ଦାର, ପୂର୍ବ ତଟ ରେଳବାଇର ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର (ଯୋଜନା), ମୁଖ୍ୟ ପରିବେଶ ଗୃହ ପରିଚାଳନା ପ୍ରବନ୍ଧକ ଶ୍ରୀ ଜେ.କେ.ସାହୁ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ପରିବେଶ ଗୃହ ପରିଚାଳନା ପ୍ରବନ୍ଧକ ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଥିଲେ।ସ୍ବଚ୍ଛତା ପଖୱାଡା ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ଏହାର ଷ୍ଟେସନ, ଟ୍ରେନ୍, ଅଫିସ୍ କୋଠା, ରେଳ କଲୋନୀ ଇତ୍ୟାଦିରେ ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା ତଥା ସଚେତନତା କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଥିବା ଜଣାପଡିଛି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୯/୨୦୨୧----୫,୧୦
Sakhigopal News,17/9/2021