Breaking News

ସଂସ୍କୃତ ସାହିତ୍ୟ ମଞ୍ଜରୀ ପୁସ୍ତକ ଉନ୍ମୋଚନ


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀରେ ଅ୍ମୟନ କରୁଥବା ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ନିମନ୍ତେ ସଂସ୍କୃତ ସାହିତ୍ୟ ମଞ୍ଜରୀ ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପୁସ୍ତକଟିକ ରଚନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଓ ସିଆରସିସି ଗୋପିନାଥ ମିଶ୍ର ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ  ମାନଙ୍କ ଉପସ୍ଥିତିରେ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି ।ଏହି ପୁସ୍ତକଟି ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଶିକ୍ଷାଦାନରେ ବେଶ ସହାୟତ ହୋଇ ପାରିବ ବୋଲି ବୁଦ୍ଧଜୀବୀ ମାନେ କହନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୧---୮,୦୫  

Sakhigopal News, 16/9/2021

Blog Archive

Popular Posts