Breaking News

ମଦ ଭାଟି ଊପରେ ଅବକାରୀ ବିଭାଗର ଚଢାଉ : ୨୦୫ ଲିଟର ମଦ ଜବତ , ୪ ଗିରଫ

 

ଭଞ୍ଜନଗର- ଦୀର୍ଘଦିନ ଧରି ବେଆଇନ୍ ଭାବେ ଚାଲିଥିଲା ଦେଶୀ ମଦ ତିଆରି କାରଖାନା। କୈଣସି ସୁତ୍ରରୁ ଖବର ପାଇ  ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ କରଛି  । ଭଞ୍ଜନଗର ଥାନା ଅନ୍ତର୍ଗତ ନାହାତୋଟା ସାହି,ବଡତୋଟାସାହି, ବିରିପଦର, ମୁଜାଗଡ,ଭାଲୁଗାଡିଆ,ନନ୍ଦିନୀପଲ୍ଲୀ ଗ୍ରାମ ନିକଟ ରେ ଚାଲିଥିଲା ବେଆଇନ ମଦ ଭାଟି।  ବେଆଇନରେ ଭାବେ ମଦ ରନ୍ଧା ଚାଲିଥିବା ଭାଟି ଉପରେ ଚଢାଉ କରି ୨୦୫ ଲିଟର ମଦ , ରନ୍ଧାମଦରେ ବ୍ୟବହୃତ ସରଞ୍ଜାମ ଜବତ ସହ ୪୨୦୦ଲିଟର ପୋଚ ନଷ୍ଟ କରାଯାଇଥିଲା ।  ଘଟଣା ରେ ସଂପୃକ୍ତ , ୨ ଜଣମହିଳା ୨ଜଣ ପୁରୁଷକୁ ଗିରଫ କରିଛି ଅବକାରୀ ବିଭାଗ ।ଏ ସଂକ୍ରାନ୍ତରେ ୫ଟିମାମଲା ରୁଜୁ କରିଛି ଅବକାରୀ ବିଭାଗ । ଅବକାରୀ କମିଶନର ଆଷିଶ ସିଂ,ଗଞ୍ଜାମ ଜିଲ୍ଲପାଳ ଅମୃତ କୁଲାଙ୍ଗେ ଓ ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦ୍ଦେଶକ୍ରମେ , ଆସିକା ରେଞ୍ଜ ଅଧିକାରୀ ଧରେନ୍ କୁମାର ବେହେରା ଙ୍କ ତତ୍ବାବଧାନରେ  ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ  ରମ୍ବା ବାଗ ସହଯୋଗ ରେ ଏହି ଚଢାଉ କରାଯାଇଥିଲା ।
ଏଏସଆଇ ରାମେଶ୍ବର ବେହେରା , କନେଷ୍ଟବଳ ସନାତନ ନାହାକ , ଜଗନ୍ନାଥ ମହାପାତ୍ର , ସୁବଳ ପ୍ରଧାନ , ଏବଂ କୃଷ୍ଣ ଚନ୍ଦ୍ର ସେଠୀ,ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦାବିଭାଗ ପ୍ରମୁଖ ଏହି ଚଢାଉରେ ସାମିଲି ଥିଲେ । ଖବର ନେବାରେ ଭଞ୍ଜନଗର ଅଞ୍ଚଳରେ ବେଆଇନ ଭାବେ ରନ୍ଧାମଦଭାଟି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଭଞ୍ଜନଗର ଅବକାରୀ ବିଭାଗ ଜୋରଦାର ଧରପଗଡ଼ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବେଆଇନ ଭାବେ ମଦ ତିଆରି କରୁଥିବା ବେପାରୀ ମାନଙ୍କ ମନରେ ଛନକା ପଡିଛି ।
 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୯/୨୦୨୧----୬,୩୦   Sakhigopal News,3/9/2021

Blog Archive

Popular Posts