Breaking News

ସବୁଜ ବିସ୍ତାର ପକ୍ଷରୁ ବୃକ୍ଷ ରୋପଣ


ନୟାଗଡ--- ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଗ୍ରାମ ସ୍ଥିତ ବରିଷ୍ଠ ନାଗରିକ ନିବାସ ପରିସରରେ ସବୁଜ ବିସ୍ତାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ନହରକଣ୍ଟା ସ୍ଥିତ ସବୁଜ ବିସ୍ତାର ଅନୁଷ୍ଠାନ ପକ୍ଷରୁ ସବୁଠାରେ ସବୁଜ ପରିବେସ ସୃଷ୍ଟି କରିବା ମୂଖ୍ୟ ଲକ୍ଷ୍ୟ ଅଟେ ବୋଲି ସଂଗଠର ସଭାପତି ପ୍ରଭାତ ଦାସ କହିଛନ୍ତି । ଅନୁଷ୍ଠାନ ର ସଂଯୋଜିକା ନିଳିମା ଆଚାର୍ଯ୍ୟ ଓ ସାମାଜିକ ସୁରକ୍ଷା ଅଧିକାରୀ ସନ୍ୟାସାଇ ବେହେରା  ,ବରିଷ୍ଠ ନାଗରିକ ନିବାସର ମୁଖ୍ୟ ପରିଚାଳକ ଓ ଅନୁଷ୍ଠାନର ସମସ୍ଥ କର୍ମ କର୍ତା ଉକ୍ତ ସ୍ଥାନରେ ବିଭିନ୍ନ କିସମର ଦୁଇ ହଜାର ଚାରା ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କନ୍ଧ ମାଳସାଂସଦଙ୍କ ପ୍ରତିନିଧି ସଦା ଶିବ ମିଶ୍ର,ସୁମନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଗତ ଦୁଇ ହଜାର ଚଉଦ ମସିହାରୁ ସାତ ବର୍ଷ ଧରି ସବୁଜ ବିସ୍ତାର ଅନୁଷ୍ଠାନ ପକ୍ଷରୁ କଟକ, ଜଗତସିଂହପୁର, ଜଟଣୀ, ଖୋର୍ଦ୍ଧା, ନୟାଗଡ ପ୍ରଭୁତି ଅଞ୍ଚଳରେ ଅଦ୍ୟାବଧି ନବେ ହଜାରରୁ ଉର୍ଦ୍ଧ୍ବ ଚାରା ରୋପଣ କରା ଯାଇ ଥିବା ନେଇ ଅନୁଷ୍ଠାନର ସଭାପତି ଶ୍ରୀଦାସ ସୂଚନା ଦେଇଛନ୍ତି।   
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୯/୨୦୨୧----୧୦,୪୦
 Sakhigopal News,11/9/2021

Blog Archive

Popular Posts