Breaking News

ଗୋଡିପୁଟମାଟିଆପଡା ପଞ୍ଚାୟତରେ ବିଜେଡିର କାର୍ଯ୍ୟକାରିଣି ବୈଠକ =


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗୋଡିପୁଟମାଟିଆପଡା ପଞ୍ଚାୟତର ବିଜୁ ଜନତା ଦଳର କାର୍ଯ୍ୟକାରିଣି ବୈଠକଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ବିଜେଡି ସଭାପତି ବୈାରଗୀ ଜେନା ଅଧ୍ୟ=କ୍ଷତା କରିଥିଲେ । ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥି ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।  ତୃଣ ମୂଳ ସ୍ତରରେ ପ୍ରତି ଗ୍ରାମ ଓ ୱାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନାରେ ସମସ୍ତ ପରିବାରଙ୍କୁ ସାମିଲି କରାଇବା ପାଇଁ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ଆହ୍ୱନ ଦେଇଥିଲେ । ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ବିକାଶ ପାଇଁ ମୋ ବାପା ତଥା ୭ଥରର ବିଧାୟକ ସ୍ୱଗତଃ ପ୍ରଦୀପ ମହାରଥିଙ୍କ ପରି ଲୋକମାନଙ୍କ ପାଖରେ ଠିଆହେବି ଓ ସମସ୍ତ କାର୍ଯ୍ୟ ତୁଲାଇବି ବୋଲି ଶ୍ରୀମହାରଥି ଏହି କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥିତ ଥିବା କର୍ମୀ ଓ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି ,ସରପଞ୍ଚ ଦମୟନ୍ତି ନିଶଙ୍କ ,ଡେଲାଙ୍ଗ ବ୍ଲକ ମହିଳା ବିଜେଡି ସଭାପତି ବାସନ୍ତି ସାହୁ ,ଆତ୍ମା କମିଟି ସଭାପତି ସୁଧାକର ମାର୍ଥା ,ପୁର୍ବତନ ସରପଞ୍ଚ ଦୁବାଶା ନିଶଙ୍କ ,ସମିତିସଭ୍ୟା ବିଜୟଲକ୍ଷ୍ମୀ ବେବତ୍ରା ,ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ ରାଉତରାୟ,ଛାତ୍ରନେତା ସୁଦିପ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନ ଏବଂ ଆଗାମୀ ଉପ ନିର୍ବାଚନରେ ଏହି ପଞ୍ଚାୟତରୁ ବିଜୁ ଜନତା ଦଳ ସପକ୍ଷରେ ଅଧିକ ଭୋଟ  ମିଳିବ ସେ ବିଷୟରେ ଆଲୋକପାତ କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୯/୨୦୨୧---୫,୫୦ 

 Sakhigopal News, 12/9/2021

Blog Archive

Popular Posts