କରୋନା ଟୀକାକରଣ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି କରି ଯୁବକ ଗିରଫ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ବଳପୁର ପ୍ରାଥମିକ ଟୀକା କରଣ କେନ୍ଦ୍ରରେ ଟୀକା କରଣ କାର୍ଯ୍ୟ ସଠିକ ଭାବେ ଚାଲୁଥିବା ସମୟରେ ଦିହୁଡିସାହିର ରାଜୁ ପ୍ରଧାନ ନାମକ ଜଣେ ଯୁବକ ସେଠାରେ ବିଶ୍ୟଙ୍ଖଳା ସୃଷ୍ଟି କରିଥିଲା । ଏ ନେଇ ସତ୍ୟବାଦୀ ଥାନାରେ ସ୍ଥାନୀୟ ସରପଞ୍ଚ ତ୍ରିନାଥ ପରିଡା ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୩୬୮/୨୧ରେ ଏକ କେସରୁଜ କରି ଶ୍ରୀ ପ୍ରଧାନଙ୍କୁ ଗିରଫ କରି ଥାନାରୁ ଅଣ୍ଟରଟେକିଙ୍ଗି ରେ ଛଡାଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଟୀକା କରଣ ଚାଲିଥିବା ବେଳେ ଏଟୀକା ଆମ କେନ୍ଦ୍ର ସରକାରଙ୍କର ଏଣୁ ଆମେ ଆଗ ଟୀକା ନେବୁ ବୋଲି କହିବା ସହ ଗାଳିଗୁଳଜ କରିଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ହୋଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୨/୯/୨୦୨୧---୫,୫୦
Sakhigopal News, 12/9/2021