Breaking News

ବସରେ ପିଟି ହୋଇ ସ୍କୁଟି ଭାଙ୍ଗିଗଲା, = ଦୁଇ ଆହତ


 ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ନିଉଜଗନ୍ନାଥ ରୋଡର ବାଁ ବରଡା ପ୍ରୋଟୋଲପମ୍ପ ନିକଟରେ ବସ ସହିତ ଧକ୍କା ହୋଇ ସ୍କୁଟି ଭାଙ୍ଗିରୁଜି ଯାଇଥିବା ବେଳେ ସ୍କୁଟି ଚାଳକ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୁଚନାଯୋଗ୍ୟ ଯେ ପୁରୀ ରୁ ଓଆର- ୦୨- ଏଏନ- ୨୭୭୦ ନମ୍ବର ବସଟି ରାମେଶ୍ୱର ଅଭିମୁଖେ ଯାଉଥିଲା । ବାଁ ବରଡା ପ୍ରୋଟୋଲପମ୍ପ ରେ ତେଲ ପକାଇବା ପାଇଁ ଯିବା ସମୟରେ କଣାସ ଅଞ୍ଚଳର ଗାଣ୍ଡପଡାର ଗ୍ରାମର ଦୁଇ ଜଣ ଯୁବକ ଓଡି - ହ୨ବି, ଏନ- ୧୨୪୨ ନଂ ସ୍କୁଟିରେ ଚନ୍ଦନପୁର ଯାଉଥିଲେ । ବସଟି ତେଲ ପକାଇବା ପାଇଁ ବୁଲାଇ ଦେବାରୁ ସ୍କୁଟି ଚାଳକ ନିଜର ଭାରସାମ୍ୟ ହରାଇ ବସ ସହିତ ଧକ୍କା ହୋଇଥିଲେ । ସେଠାରେ ସ୍ଥାନୀୟ ସମିତିସଭ୍ୟ ଜଳନ୍ଦର ସେଠୀ ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ପୁରୀ ଯାଉଥିବା ଏକ ଆମ୍ବଲାନସରେ ପୁରୀ ମେଡିକାଲକୁ ପଠାଇ ଦେଇଥବା ଜଣାପଡିଛି ।   

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୧---୯,୨୦

 Sakhigopal News, 17/9/2021

Blog Archive

Popular Posts