Breaking News

ସାକ୍ଷୀଗୋପିନାଥଙ୍କର ବନଭୋଜି ବେଶ


 ସାକ୍ଷୀଗୋପାଳ------  ପ୍ରତିଦିନ ପରି ସାକ୍ଷୀଗୋପାଳ ଠାକୁରଙ୍କ ନୀତିକାନ୍ତି ହେବା ସହ ସଂଧ୍ୟାରେ ଗୋଧନବାହୁଡା ଭୋଗ ଲାଗି କରାଯାଇଥିଲା । ପରେ ପରେ  ଶ୍ରୀଜିଉଙ୍କର ବନଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି । ସେବାୟତ ମାନେ ରତ୍ନସିଂହାସନ ନିକଟରେ ବିଭିନ୍ନ ଗଛର ଡାଳ ପତ୍ର ଖଞ୍ଜି କୃତିମ ଜଙ୍ଗଲ ସୃଷ୍ଟି କରିଥିବାର ଦେଖାଯାଇଥିଲା  । ଠାକୁର କାଞ୍ଚି ଲୁଗା ଲାଗି ହେବା ପରେ କାନ୍ଦରେ ବାହାଙ୍ଗିରେ ଦୁଇଟି ଶିକାରେ କ୍ଷୀର ,ସର, ଲବଣୀ ଆଦି ନେଇକି ଯାଉଥିବାର ଦୃଶ୍ୟ ବେଶମନମୁଧ୍ୱକର ହୋଇ ପଡିଥିଲା । ଏହି ଅବସରରେ ଠାକୁରଙ୍କ ହତାରେ ସୁନାର ବଂଶୀ, ହୀରାମୁଦି, ଗଜମୁକ୍ତା , ଗଳରେ ସୁନାର ହାର , କାନରେ କୁଣ୍ଡଳ, ଆଦି ବିଭିନ୍ନ ଅଳଙ୍କାର ମାନ ଲାଗି କରାଯାଇଥିଲା  । ବର୍ଷକୁ ଥରେ ସାକ୍ଷୀଗୋପିନାଥ ବନଭୋଜି ବା ଗଉଡବେଶ ହୋଇଥାନ୍ତି ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏହି ବେଶ ଦେଖିବା ପାଇଁ ରାତିରେ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗିଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୩/୯/୨୦୨୧---=୬,୫୦  Sakhigopal News, 3/9/2021

Blog Archive

Popular Posts