ଲଗୁଚାପ ଜନିତ ବର୍ଷାରେ ସାକ୍ଷୀଗୋପାଳ ବଜାର ଅବସ୍ଥା ଶୋଚନୀୟ
ସାକ୍ଷୀଗୋପାଳ----- ଶୁକ୍ରବାର ରାତିରୁ ଲଘୁଚାପ ଜନିତ ବର୍ଷା ସତ୍ୟବାଦୀରେ ଲାଗି ରହିଛି । ଏପରିକି ଘଡଘଡି ସହ ବର୍ଷା ଲାଗି ରହିଛି । = ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବଡବଜାର ପର୍ଯ୍ୟନ୍ତ ତିନୋଟି ଯାଗାରେ ବର୍ଷା ପାଣି ଠିଆ ହୋଇ ରହିଛି । ବିଶେଷ କରି ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ପ୍ରବେଶ ପଥରେ ଏକରୁ ଦୁଇ ଫୁଟ ଉଚ୍ଚର ପାଣି ଠିଆ ହୋଇରହିଛି । ସେହିପରି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ଗେଟ ଠାରୁ ପରହାଟ କେନାଲ ପର୍ଯ୍ୟନ୍ତ ପାଣି ଜମା ହୋଇ ରହିଛି । ବିଶେଷ କରି ସାକ୍ଷୀଗୋପାଳ ବଡବଜାର ରାସ୍ତାରେ ପ୍ରାୟ ୩ଶହ ମିଟର ରାସ୍ତାରେ ଦୁଇ ଫୁଟ ଉଚ୍ଚତାର ପାଣି ଠିଆ ହୋଇ ରହିଛି । ପାଣି ନିଷ୍କାସନର ସୁବନ୍ଦୋବସ୍ଥ ନ ଥିବାରୁ ଏହି ସମସ୍ୟା ଲାଗି ରହିଛି । ପାଣି ନିଷ୍କାସନ ପାଇଁ ଏକ ବଡ ବଜେଟର ଆବଶ୍ୟକତା ରହିଛି ବୋଲି ବ୍ୟବସାୟୀ ସଂଘ କହନ୍ତି । ମାତ୍ର ପ୍ରଶାସନ ରାସ୍ତା ଉଚ୍ଚତା କରି ଦେଇ ଚୁପ ହୋଇ ବସି ରହୁଛି ଯାହା ଫଳରେକି ବ୍ୟବସାୟ ଗୋଷ୍ଠୀ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ମାନ ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୯/୨୦୨୧---୫,୫୫,
Sakhigopal News, 12/9/2021