ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ପାଳନ
ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀପୁରୁ ଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଜାତୀୟ ପତାକା ଉତ୍ତୋଳନ କରି ୭୫ତମ ସ୍ଵାଧୀନତା ଦିବସ ସଂପର୍କରେ ଉଦବୋଧନ ଦେଇଥିଲେ । ଶିକ୍ଷକ ରତ୍ନାକର ଚମ୍ପତି, ସନ୍ତୋଷ କୁମାର କୁଣ୍ଡୁ, ସତ୍ୟବ୍ରତ ମିଶ୍ର,ବସନ୍ତ ପ୍ରଧାନ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଆଲୋକପାତ କରିଥଲେ।ଶିକ୍ଷୟିତ୍ରୀ ବିନୋଦିନୀ ମହାପତ୍ର ଓ ସ୍ନେହଲତା ସାହୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଇତିବୃତି ବର୍ଣ୍ଣନା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ଶତପଥୀ, ଲଳିତ କୁମାର ସାହୁ ଓ ରବୀନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୧ ------୬,୦୦
Sakhigopal News,16/8/2021