ବାଲିଗୁଡା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ୭୫ତମ ସ୍ବାଧୀନତା ଦିବସ ପାଳନ
ବାଲିଗୁଡା-----ଆଜି ସାରା ଭାରତରେ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ।କୋଭିଡି ନିୟମକୁ ପାଳନ କରି ନିରାଡମ୍ବର ଭାବରେ ବାଲିଗୁଡା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ୭୫ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି ।ଏହି ୭୫ତମ ସ୍ବାଧୀନତା ଦିବସରେ ଅଭିବାଦନ ଗ୍ରହଣ କରିଥିଲେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଡ.ଶୁଭଙ୍କର ମହାପାତ୍ର ।କୋଭିଡି ଗାଇଡ୍ ଲାଇନକୁ ଦୁଷ୍ଟିରେ ରଖି ଏଥର କୈଣସି ସ୍କୁଲ,କଲେଜ ଛାତ୍ରଛାତ୍ରୀଙ୍କୁ ପଡିଆକୁ ବାରଣ କରାଯାଇଥିବା ବେଳେ କେବଳ ପୋଲିସ ବାହିନି ଦ୍ବାରା ପ୍ୟାରଡ ଅନୁଷ୍ଠିତ ହୋଇଥିଲା ।୭୫ତମ ସ୍ବାଧୀନତା ଅବସରରେ ସ୍ବେଛାସେବୀ,ସହୀଦ ପରିବାର,କୋଭିଡିଯୋଦ୍ଧା ମାନଙ୍କୁ ଉପଢୌକନ ଦେଇ ଉପଜିଲ୍ଲାପାଳ ସମ୍ମାନିତ କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୬/୮/୨୦୨୧-----୬,୧୫
Sakhigopal News,16/8/2021