ଜଟଣୀରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜଟଣୀ - ସ୍ଥାନୀୟ ଆଗ୍ରୱାଲା ଧର୍ମଶାଳା ଠାରେ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ଦଳର କାର୍ଯ୍ୟକର୍ତ୍ତା ବୈଠକ ପ୍ରଥମ କରି ଆରମ୍ଭ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ଏହି କାର୍ଯ୍ୟକ୍ରମକୁ ବିଜୁଜନତା ଦଳ ହାତକୁ ନେଇଛି । ଖୋର୍ଦ୍ଧାଜିଲ୍ଲା ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ନିଜ ନିର୍ବାଚନ ମଣ୍ଡଳୀରେ ବିଜୁଜନତାଦଳ କିପରି ସାଂଗଠନିକ କାର୍ଯ୍ୟକଳାପକୁ ସୁଦୃଢ କରିଵା ପାଇଁ ଏବଂ ଚଳିତ ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ କିପରି ଅଧିକରୁ ଅଧିକ ଆସନ ନିଜ ଅକ୍ତିଆରକୁ ଆଣିଵା ପାଇଁ ରଣ କୌଶଳ ପ୍ରସ୍ତୁତି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଖୋର୍ଦ୍ଧାଜିଲ୍ଲା ପର୍ଯ୍ୟବେକ୍ଷକ, ଶ୍ରୀମତୀ ପମିଳା ମଲ୍ଲିକ ମାନ୍ୟବର ବିଧାୟିକା, ରାଜ୍ୟସଭା ସାଂସଦ ମୁନା ଖାଁ, ଚିଲକା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ଅରୂପ ପଟ୍ଟନାୟକ ମାନ୍ୟବର ଅଧକ୍ଷ 'ମୋ ପରିବାର 'ଓଡିଶା, ଖୋର୍ଦ୍ଧାଜିଲ୍ଲା ପରିଷଦ ଅଧକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ବିଜୁମହିଳା ଜନତାଦଳ ସଭାନେତ୍ରୀ ଗୀତାଞ୍ଜଳି ପାଟଶାଣୀ, ଖୋର୍ଦ୍ଧା ଜିଲ୍ଲା ବିଯୁଜନତା ଦଳ ଉପଦେଷ୍ଟା ସନ୍ତୋଷ ଜେନା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତି ମହାପାତ୍ର ପ୍ରମୁଖ ଯୋଗଦେଇ ଦଳୀୟ କର୍ମୀ ମାନଙ୍କୁ ଉତ୍ସlହିତ କରାଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଆଶୁତୋଷ ପ୍ରତାପ ସିଂହ ।
ଜଟଣୀ --ରଙ୍ଗନାଥ ବେହେରା,୧୯/୮/୨୦୨୧-----୫,୨୦ Sakhigopal News,19/8/2021