Breaking News

ଡେଲାଙ୍ଗ ମୋଟର ଚାଳକ ସଂଘର ବୈଠକ


 ଡେଲାଙ୍ଗ -------= ଡେଲାଙ୍ଗ ଥାନା ଅର୍ନ୍ତଗତ ସାଉରିଆ ଗ୍ରାମ ପଞ୍ଚାୟତ ର ବାବା ବଣିବକ୍ରେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମୋଟର ଚାଳକ ସଂଘ ଆନୁକୁଲ୍ୟରେ ଡେଲାଙ୍ଗ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେଲାଙ୍ଗ ଶାଖା ସଂଗଠନର ସମ୍ପାଦକ ଜଗମୋହନ ମହାପାତ୍ର ସଭାପତିତ୍ୱ କରିଥିଲେ ।  ଡେଲାଙ୍ଗ ଶାଖା ଉପସଭାପତି ଦୈତାରୀ ଜେନା ସଭା ପରିଚାଳନା  କରିଥିଲେ । ମୁଖ୍ୟ ଅତିଥିଭାବେ ସ୍ୱାଧୀନସେବା ସଂସ୍ଥାନ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶଶିଶେଖର ରାୟ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମୋଟର ଚାଳକ ସଂଘ ର ରାଜ୍ୟ ଉପଦେଷ୍ଠା ବ୍ରଜ କିଶୋର ମହାପାତ୍ର  ଓ ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ସଙ୍ଗଠନର ସମ୍ପାଦକ ସିମାଞ୍ଚଳ ନାୟକ ପ୍ରମୁଖ ଯୋଗଦେଇ ମହାମାରୀ କରୋନା ପାଇଁ ବହୁ ମୋଟର ଚାଳକ ସେମାନଙ୍କର ଜୀବିକା ହରାଇ ଘରେ ବସିଥିବା ବେଳେ ସେମାନେ ପରିବାର ଭରଣ ପୋଷଣ ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ବୋଲି ବୈଠକରେ ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଅନେକ ଥର ବିଭିନ୍ନ ଚାଳକ ସଂଘ ସରକାରଙ୍କ ନଜରକୁ ଆଣିଥିଲେ ମଧ୍ୟ ଏମାନଙ୍କ ପ୍ରତି କୌଣସି ସୁବିଧା ସୁରୋଗ କରାଯାଇନାହିଁ  ବୋଲି ବୈଠକରେ ଯୋଗ ଦେଇଥିବା ଚାଳକ ମାନେ ମତ ପ୍ରକାଶ କରିଥିଲେ ।  ସରକାର ସେମାନଙ୍କ ଉପରେ ଦୃଷ୍ଟି ଦେଲେ ସେମାନଙ୍କ ପରିବାର ସଠିକ୍ ଭାବେ ଭରଣ ପୋଷଣ କରିପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ରାୟ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ବିଶ୍ୱଜିତ ପାଢୀ ,ଦିପ୍ତି ରଞ୍ଜନ ମହାପାତ୍ର,ସନ୍ତୋଷ କୁମାର ଜେନା ଓ ଭାସ୍କର ବଳିଆରସିଂହ ଉପସ୍ଥିତ ରହିଥିଲେ । ପଟ୍ଟନାଇକିଆ ଭାୟା ଡେଲାଙ୍ଗ ଖୋର୍ଦ୍ଧା ରୋଡରେ ମୋଟର ଚାଳକ ମାନଙ୍କ ପାଇଁ ଦୁଇଟି ବିଶ୍ରାମ ଗୃହ ଯୋଗଇ ଦେବାକୁ ମୁଖ୍ୟ ଅତିଥି ଶ୍ରୀରାୟ ପ୍ରତିଶୃତି ଦେଇଥିବା ଜଣାପଡିଛି । ଶେଷରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୧୮/୮/୨୦୨୧---୯,୩୦

   Sakhigopal, 18/8/2021

Blog Archive

Popular Posts