Breaking News

ରାସ୍ତା ଉପରେ ଚାଷୀ ଧାନ ବସ୍ତା ଥୋଇ ରାସ୍ତାରୋକ ; ତହସିଲଦାରଙ୍କ ପ୍ରତିଶୃତି ପରେ ଚାଷୀ ଧାରଣାରୁ ଉଠିଲେ


  ଡେଲାଙ୍ଗ ---- କନ୍ଧମାଳ ଅଞ୍ଚଳରେ ଚାଷୀ ମାନେ ମିଲର, ଯୋଗାଣ ବିଭାଗର ଶୀକାର ହୋଇ ଧାନ ବସ୍ତା ଥୋଇ ରାସ୍ତା ଉପରକୁ ଓହ୍ଳାଇଥାନ୍ତି ଏହା ଅଲ୍ପ ବହୁତେ ସମସ୍ତେ ଜାଣନ୍ତି ।  ଏବେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଯୋଗାଣ ବିଭାଗର ଅପରାଗତ, ମିଲରଙ୍କ ମନମୁଖି, ସମବାୟ ସମିତି ଅଧିକାରୀଙ୍କ  ମିଳିତ ସହଯୋଗରେ ଚାଷୀଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ କରି ଚାଷୀ ମାନେ ରାସ୍ତା ଉପରକୁ ଓହ୍ଳାଇଛନ୍ତି ।  ବେରବୋଇ ଜାଡମଲ୍ଲ ସମବାୟ ସମିତି ଅଧିନରେ ଥିବା ଧାନ ମଣ୍ଡିରେ ଶତାଧିକ ଚାଷୀ ମାନେ ଧାନ ବସ୍ତା ଥୋଇ ବସିରହିଛନ୍ତି ।  ମିଲର ଆସୁନାହାନ୍ତି । =ସୁଚନା ଯୋଗ୍ୟଯେ ମିଲର ଧାନମଣ୍ଡିରେ  ନ କିଣି ନିଜ ମିଲରେ ଧାନ କିଣୁଛି । ଧାନ ବିକିବା ସମୟରେ ଚାଷୀଙ୍କ ଠାରୁ ମନଇଛା କାଟ ନିଆଯାଉଛି । ମଣ୍ଡିରୁ ଧାନ ନ ଉଠିବା ଯୋଗୁ  ଚାଷୀ ମାନଙ୍କର  ଟୋକନ ସମୟ ସୀମା ଶେଷ ହୋଇଯାଇଛି ଆଦି ଦାବିରେ ଚାଷୀ ମାନେ ରାସ୍ତା ଉପରେ ଧାନବସ୍ତା ଥୋଇ ଧାରଣାରେ ବସିଥିଲେ ।  ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଏ,ଆଇ.କେ, େ. ଏମ,ଏସର ନେତା ରାଜ କିଶୋର ଆଳୁକ ନେତୃତ୍ୱରେ ପଟ୍ଟନାୟିକିଆ -ଡେଲାଙ୍ଗ ରାସ୍ତାର ବେରବୋଇ ଛକ ଠାରେ ଧାନ ବସ୍ତା ଥୋଇ ରାସ୍ତା ଉପରେ ଚାଷୀ ମାନେ ଧାରଣା  ଦେଇଥିଲେ ।ଏହି ଆନ୍ଦୋଳରେ ପଞ୍ଚାୟତର ସମିତିସଭ୍ୟ ଅଭିମନ୍ୟୁ ରାଉତ, ସରପଞ୍ଚଙ୍କ ପ୍ରତିନିଧି କୈଳାସ ସ୍ୱାଇଁ, ବଳଭଦ୍ର ପରିଡା, ଦେବରାଜ ସ୍ୱାଇଁ, ଅରୁଣ ଉଦୟ ସ୍ୱାଇଁ, ସୁକାନ୍ତ ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ଦୁଖିଶ୍ୟାମ ବିଶ୍ୱାଳ, ରସାନ୍ତ ପଣ୍ଡା, ଜବାହାର ବିଶ୍ୱାଳ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଖବର ପାଇ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼େଇ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହିତ ଆଲେଚନା କରିବା ସହିତ ଚାଷୀ ମାନଙ୍କର ଦାବି ଗୁଡିକ ଯର୍ଥାଥ ଓ ତୁରନ୍ତ ଏହା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଚାଷୀ ମାନେ ଓହରି ଥିଲେ ।
ଘଟଣାସ୍ଥଳରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ପରେ ପରେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଶ୍ରୀ ବଢ଼େଇଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା କରାଯାଇଥିଲା ।ଏଥିରେ ଯୋଗାଣ ବିଭାଗର ନୀରିକ୍ଷିକା, ମିଲର, ସମବାୟ ସମିତିର ସମ୍ପାଦକଙ୍କ ସହିତ ଚାଷୀ ମାନଙ୍କୁ ନେଇ ଏକ ଆଲେଚନା କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୧---୪,୩୦ , Sakhigopal News, 10/6/2021


Blog Archive

Popular Posts