Breaking News

ଛୁରୀ ର ବଦଲା ଠେଙ୍ଗାରେ ; ପଇତା ଗାଁ ରେ ହତ୍ୟାକାଣ୍ଡ , ଜଣେ ଅଟକ

 
 ଭଞ୍ଜନଗର- ସ୍ଥାନୀୟ ଥାନା , ଦଦରାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ , ପଇତା ଗାଁ ନିକଟ ରାସ୍ତା କଡ଼ରୁ ମୃତ ଦେହ ଉଧାର । ମୃତକ ଜଣକ ସେହି ଗାଁ ର କାଳିଆ ଗୈାଡ । ସୋମବାର ସକାଳୁ ସକାଳୁ , ଗାଁ ନିକଟ ରାସ୍ତା ରେ କାଳିଆ ଙ୍କ ମୃତଦେହ ପଡ଼ିଥିବା ନେଇ , ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ ରେ ଖବର ଦେଇଥିଲେ । ଘଟଣା ସ୍ଥଳରେ ଭଂଜନଗର ପୋଲିସ ଓ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପହଞ୍ଚି ମୃତଦେହ କୁ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ । ଅପରାହ୍ନ ରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବା ପରେ , ହତ୍ୟା ଅଭିଯୁକ୍ତ ସଂକ୍ରାନ୍ତରେ ସୁରାକ୍ ପାଇଥିଲା ପୋଲିସ୍ । ସଂପୃକ୍ତ ଅଭିଯୁକ୍ତ କୁହାଯାଉଥିବା , ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ତେବେ ଭଂଜନଗର ଏସଡିପିଓ ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ , ଅଭିଯୁକ୍ତ ଜଣକ ଠେଙ୍ଗାରେ ପିଟିପିଟି କାଳିଆ ଗୈାଡ କୁ ହତ୍ୟା କରିଥିବା ଜଣାପଡିଛି । ଯାହାକି ହତ୍ୟାକାଣ୍ଡ ରେ ବ୍ୟବହୃତ ଠେଙ୍ଗା କୁ ଜବତ ପରେ , ପୋଲିସ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆଉ ଏକ ସୂଚନା ପ୍ରକାରେ ଜଣାପଡିଛି ଯେ , ସଂପୃକ୍ତ ଅଭିଯୁକ୍ତ କୁ , ଗତ ତିନି ମାସ ପୂର୍ବରୁ , କୈାଣସି କାରଣ କୁ କେନ୍ଦ୍ରକରି  କାଳିଆ ଗୈାଡ ଛୁରୀରେ ଆକ୍ରମଣ କରିଥିଲା । ଏବଂ କାଳିଆ ଗୈାଡ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲା । ଜେଲ୍ ରୁ ଆସିବା ପରେ , ଛୁରୀ ଆକ୍ରମଣ ରେ ଆହତ ହୋଇଥିବା ସଂପୃକ୍ତ ଯୁବକ ଜଣକ ହିଁ , ପ୍ରତିଶୋଧ ପରାୟଣ ହୋଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଜାଣିବାକୁ ମିଳିଛି ବୋଲି ପୋଲିସ କହିଛି । ତେବେ ପୋଲିସ ର ତଦନ୍ତ ଏବଂ ସୂଚନା ପରେ , ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୬/୨୦୨୧,୧୦,୪୦ Sakhigopal News 21/6/2021

Blog Archive

Popular Posts