ଘର ବାଡକୁ କେନ୍ଦ୍ର କରି ଗଣ୍ଡଗୋଳ : ଜଣେ ମୃତ୍ୟୁ
ଭଞ୍ଜନଗର- ତାରସିଂ ଥାନା ବନ୍ତା ପଞ୍ଚାୟତ ଅନ୍ତର୍ଗତ ଶାଳୁଆପଲ୍ଲୀ ଗ୍ରାମରେ ଆକ୍ରମଣ ଘଟଣା ରେ ଜଣେ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ ହେଲେ ଭାଗୀରଥି ବେହେରା ।ଖବର ନେବାରେ ଜଣାପଡିଛି ଶାଳୁଆପଲ୍ଲୀ ଗ୍ରାମର ସନ୍ୟାସୀ ବେହେରା ଓ ଭାଗୀରଥି ବେହେରା ଏବଂ ବୁଲୁ ଗୈାଡ ଓ ବାବୁଲା ଗୈାଡ ଦୁଇ ପଡେଶୀ । ଘର ବାରିପଟେ ବୁଲୁ ଓ ବାବୁଲା ବାଡ ତିଆରି କାମ କରୁଥିବା ବେଳେ ଭାଗୀରଥି ଓ ସନ୍ୟାସୀ ଆସି ବାଡ଼ ତିଆରି କୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ପରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଭାଗୀରଥି ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଜଗନ୍ନାଥ ପ୍ରସାଦ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ସେଠାରେ ଭାଗୀରଥି ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାଗୀରଥି ଙ୍କ ମୃତ୍ୟୁ ଘଟିଥିଲା । ଏହି ଗଣ୍ଡଗୋଳକୁ ଭିତ୍ତି କରି ବାବୁଲା ଗୈାଡ , ସନ୍ୟାସୀ ଓ ଭାଗୀରଥ ଙ୍କ ନାମରେ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସନ୍ୟାସୀ ବେହେରାଙ୍କ ତରଫରୁ କୈଣସି ଅଭିଯୋଗ ହେଇନଥିବା ଥାନା ସୁତ୍ରରୁ ଜଣାପଡିଛି । ଏହି ଘଟଣାରେ ୨ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡିଛି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୬/୨୦୨୧-----୧୦,୩୦, Sakhigopal News,21/6/2021