ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକାକରଣ
ପିପିଲି---- ଆସନ୍ତା କାଲି ତା ୨୦/୦୬/୨୦୨୧ ରିଖ ସକାଳ ୯ ଘଟିକାରେ ପିପିଲି ବ୍ଲକ ଅନ୍ତର୍ଗତ ଓରକଳ ଗ୍ରାମ ପଞ୍ଚାୟତର ଓରକଳ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟ ରେ ୪୫ ବର୍ଷରୁ ଅଧିକ ବ୍ଯକ୍ତି ମାନଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକା ପ୍ରଦାନ କରାଯିବ । ପ୍ରଥମ ଡୋଜ ନେବାର ୮୪ ଦିନ ସଂପୂର୍ଣ୍ଣ ହୋଇଥିବା ଦରକାର। ବୟସ ପ୍ରମାଣ ପତ୍ର, ପ୍ରଥମ ଡୋଜ ନେଇଥିବାର ପ୍ରମାଣ ପତ୍ର ଓ ଫୋନ ନମ୍ବର ଆଣିବାକୁ ପଡ଼ିବ । ମୁଁହରେ ମାସ୍କ ପରିଧାନ କରି ଟୀକା ନେବା ପାଇଁ କେନ୍ଦ୍ର କୁ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ପିପିଲି ରୁ ବିଜୟ ମହାପାତ୍ର,୧୯/୬/୨୦୨୧----୬,୦୫ , Sakhigopal News,19/6/2021