ଯୁବ ସାମ୍ବାଦିକ ଦୀପକଙ୍କର ଅକାଳ ମୃତ୍ୟୁରେ ଗଭୀର ଶ୍ରଦ୍ଧାଞ୍ଜଳୀ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକରେ ଯୁବ ସାମ୍ବାଦିକ ଦୀପକ ମିଶ୍ରଙ୍କର ୩୮ ବର୍ଷରେ ପରଲୋକ ହୋଇଯାଇଛି । ସେ ବୈଦ୍ୟତିକ ଓ ଛାପା ମିଡିଆରେ କାର୍ଯ୍ୟରତ ଥିଲେ । ଗତ ୨୦ ତାରିଖ ଅପରାହ୍ନରେ ରକ୍ତଚାପ ବଡିଯିବା ସହିତ ବ୍ରେନ ଷ୍ଟୋକ ହୋଇଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଭତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ସମୟରେ ରବିବାର ଅପରାହ୍ନରେ ଅକଳା ବିୟୋଗ ହୋଇଯାଇଛି । ଏହି ଖବର ଡେଲାଙ୍ଗରେ ପ୍ରସାରିତ ହେବା ପରେ ଶୋକର ଛାୟା ଖେଳିଯାଇଥିଲା । ଡେଲାଙ୍ଗ ଷ୍ଟେସନ ସ୍ଥିତ ତାଙ୍କ ବାସଭବନରେ ଜନପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ବିଭିନ୍ନ ଦଳୀୟ ନେତାଙ୍କର ଗହଳି ଲାଗିଥିଲା । ଏହି ଅବସରରେ ଡେଲାଙ୍ଗ- ପିପିଲି ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ପିପିଲି ବ୍ଳକର ଆତ୍ମାର ଅଧ୍ୟକ୍ଷ ଧରଣୀ ଧର ସାହୁ, ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ସହିତ ଡେଲାଙ୍ଗ ପ୍ରେସ କ୍ଳବ, ପିପିଲି ପ୍ରେସ କ୍ଳବ, ସାକ୍ଷୀଗୋପାଳ ପ୍ରେସ କ୍ଳବ, ଉତ୍କଳମଣି ସାମ୍ବାଦିକ ସଂଘ ଓ ମେକ ଇନି ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯିବାସହ ଅମର ଆତ୍ମାର ସଦଗତି ଓଉକ୍ତ ପରିବାରଙ୍କୁ ଧର୍ଯ୍ୟ ଧରିବାରେ ସହାୟକ ହେବା ପାଇଁ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । କିଛି ସମୟ ପାଇଁ ବାସଭବନରେ ମୃତ୍ୟୁ ଶରୀର ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ପରେ ପରେ ଡେଲାଙ୍ଗ ବଜାର ପରିକ୍ରମା କରିବା ସହ ପ୍ରଭାତ କ୍ଳବ ନିକଟରେ =ଅନୁଷ୍ଠାନରସଭାପତି ଓ ସମ୍ପାଦକ =ଫୁଲମାଳ ଦେଇ ଶେଷ ଦର୍ଶନ କରିଥିଲେ । ଶେଷରେ ଗ୍ରାମ ଶଶ୍ମାନରେ ଅନ୍ତିମ ସକ୍ତାର କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧---୧୦,୦୦,. Sakhigopal News, 10,00