ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଆହତ
ଭଞ୍ଜନଗର- ଗଂଜାମ ଜିଲ୍ଲା ଭଂଜନଗର , ଦକ୍ଷିଣ ଘୁମୁସର ବନଖଣ୍ଡ ରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି । ମୃତକ ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମର ବାଞ୍ଛାନିଧି ସେଠୀ । ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ହାତୀପଲ ହାବୁଡ଼ରେ ସେ ପଡ଼ିଥିଲେ । ସେଥିରୁ ଗୋଟିଏ ହାତୀ ତାଙ୍କୁ କଚାଡି ଦେଇଥିବା ବେଳେ , ଗୁରୁତର ଆହତ ଅବସ୍ଥାରେ ବାଞ୍ଛାନିଧି ଙ୍କୁ ଉଧାର କରି ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ନିକଟସ୍ଥ କେଳାପଙ୍କାଳ ଗାଁ ର କିଛି ମହିଳା ଆଜି ସାବିତ୍ରୀ ବ୍ରତ ଯୋଗୁଁ ସକାଳୁ ସକାଳୁ ବଡନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସଂପୃକ୍ତ ହାତୀପଲ ଆକ୍ରମଣ ରେ ସବିତା ପରିଡ଼ା ନାମକ ଜଣେ ମହିଳା ପଡ଼ି ଯାଇଥିଲେ ।ଗୁରୁତର ଆହତ ହୋଇ ଭଂଜନଗର ମେଡିକାଲ ରେ ଭର୍ତି ହୋଇଛନ୍ତି । ଉଭୟ ବନବିଭାଗ ଓ ବେଲଗୁଣ୍ଠା ଥାନା ପୋଲିସ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସୂଚନା ପ୍ରକାରେ , ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଲାଠିପଡା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବୁଲୁଥିବା ୮ଟି ହାତୀ ମଧ୍ୟରୁ ଗୋଟିଏ ଦନ୍ତାହାତୀ , ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା । ଏହାପରେ ଅନ୍ୟ ୭ଟି ହାତୀ ଗତ ରାତିରେ , ଦକ୍ଷିଣ ଘୁମୁସର ବନଖଣ୍ଡ ରୁ ଉତ୍ତର ଘୁମୁସର ବନଖଣ୍ଡ କୁ ଚାଲିଆସିଥିଲେ । ହାତୀପଲ ଯିବା ସମୟରେ ନିକଟସ୍ଥ ବଡବୋରସିଙ୍ଗି ଗାଁ ନିକଟରେ ଆତଙ୍କ ସୃଷ୍ଟି କରିଥିଲେ । ଗୋଟିଏ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ର ସୁଚନା ମିଳିଛି । ପରେ ପରେ ହାତୀପଲ ଯିବା ରାସ୍ତାରେ କେଳାପଙ୍କାଳ ଓ ଜିଲିବା ଗାଁ ନିକଟରେ ହିଂସ୍ର ହୋଇଉଠିବା ସହ , ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ଜଣେ ମହିଳା ଆହତ ହୋଇଛନ୍ତି । ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଆହତ ମହିଳାଙ୍କର ଚିକିତ୍ସା ଖର୍ଚ୍ଚ ଜଙ୍ଗଲ ବିଭାଗ ପକ୍ଷରୁ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୧୦/୬/୨୦୨୧ Sakhigopal News 10/6/2021