Breaking News

ପୂର୍ବ ଶ୍ରତୁତାକୁ ନେଇ ସାନଭାଇ, ଭାଇବୋହୁ ଓ ପୁତୁରା ମାଡରେ ବଡଭାଇ ଗୁରୁତର


 ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ମାରପିଟ ଘଟଣାରେ ବଡଭାଇ ଗୁରୁତର ହୋଇଛି । ଘଟଣାରୁ ପ୍ରକାଶ ଯେ ସାନ ଭାଇ ଗଛ କାଟିବାରୁ ବଡ ଭାଇ ଏହାକୁ ବିରୋଧ କରିଥିଲେ । ଦୁଇ ପରିବାର ମଧ୍ୟରେ କଥା କଟାକଟି ହେବା ପରେ ହାତାହାତି ହୋଇଥିଲେ । ଏହାକୁ ନେଇ ସାନ ଭାଇ, ଭାଇବୋହୁ ଓ ପୁତୁରା ମାଡରେ ବଡ ଭାଇ ଗୁରୁତର  ଆହତ ହୋଇ ପଡିଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ବ୍ୟକ୍ତିଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଏସମ୍ପର୍କରେ ସତ୍ୟବାଦୀ ଥାନାରେ ଏକ ଅଭିଯୋଗ ହୋଇଥିବା ଜଣାପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୧---୮.୫୦ Sakhigopal News, 20/6/2021

Blog Archive

Popular Posts