ଯୋଗ୍ୟ ଫନି ହିତାଧିକାରୀଙ୍କୁ ମିଳିବ ଘର ଭଙ୍ଗା ସହାୟତା
ଡେଲାଙ୍ଗ ------ ଫନି ବାତ୍ୟା କୁ ଦୁଇ ବର୍ଷ ବିତିଲାଣି ସରକାରୀ ସାହାର୍ଯ୍ୟରୁ ଅନେକ ପରିବାର ବଞ୍ଚିତ ରହିଛନନ୍ତି । ପ୍ରଥମ ତାଳିକାରେ ଯେଉଁମାନେ ସଭିୟର ତାଲିକାରେ ଥିଲେ ସେମାନଙ୍କ ନାମ କଟିଯାଇଛି ଅନ୍ୟପକ୍ଷେ ଡେଲାଙ୍ଗରେ ଘର ଭଙ୍ଗା ଚୟନରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ମାନ ହୋଇ ଆସୁଥିଲା । ଡେଲାଙ୍ଗ ବ୍ଲକରେ ଏବେ ବି ଅନେକ ଯୋଗ୍ୟ ହିତାଧିକାରୀ ପଲିଥିନି ତଳେ ଅତି ଦୟନୀୟ ଅବସ୍ଥାରେ ପିଲାଛୁଆଙ୍କୁ ଧରି ରହିଛନ୍ତି । ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ବେଳେ ନୁତନଭାବେ ଜିଲ୍ଲାପାଳ ଏବଂ ଡେଲାଙ୍ଗ ତହସିଲାଦାର ଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ବଞ୍ଚିତ ହୋଇଥିବା ହିତାଧିକାରିଙ୍କ ମନରେ ଆଶା ସଂଚାର କରିଛି । ସୁଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟନୁସାରେ ଗତ ୨୦୧୯ ମହାବାତ୍ୟା ଫନିରେ ଡେଲାଙ୍ଗ ବ୍ଲକରେ ଛବିଶ ହଜାର ଆଠଶହ ଅଠାଅଶି ଜଣଙ୍କ ଘର ଭଙ୍ଗା ତଦନ୍ତ କରାଯାଇଥିବା ବେଳେ ସେଥିମଧ୍ୟରୁ ପଚିଶ ହଜାର ଦୁଇଶହ ଛଅସ୍ତରୀ ଘର ତଦନ୍ତ କରାଯାଇ ୬୨କୋଟି ୪୯ଲକ୍ଷ ୪୩ହଜାର ଶହେ ଟଙ୍କା ଘରଭଙ୍ଗା ଅର୍ଥ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି । ସିଭିୟର ଲିଷ୍ଟରେ ୫୭୯୭,ପକ୍କାଘର ୬୩୧୫ ,କଚ୍ଚାଘର ୧୧୮୩୬,କୁଡିଆଘର ୯୩,ଗୁହାଳ ଘର୧୨୩୫ ଜଣକୁ ମିଶାଇ ସମୁଦାୟ୨୫୨୭୬ ହିତାଧିକାରୀଙ୍କୁ ଘର ଭଙ୍ଗା ସହାୟତା ଅର୍ଥ ମିଳିଥିବା ଜଣାପଡିଛି । ମିଳିଥିବା ତଥ୍ୟନୁଯାଇ ଏବେ ବି ୪୬୩୦ ଜଣ ହିତାଧିକାରୀ ଘର ଭଙ୍ଗା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏସଂକ୍ରାନ୍ତରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇଙ୍କୁ ପଚାରିବାରୁ ସେ କହିଛନ୍ତି ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ଘର ଭଙ୍ଗା ନେଇ ପୁନଃ ତଦନ୍ତ ପ୍ରକିୟା ଜାରୀ ରହିଥିବା ବେଳେ ଜିଲ୍ଲାପାଳଙ୍କ ନିଦ୍ଦେର୍ଶକ୍ରମେ ଆଗାମି ୩୦ତାରିଖ ସୁଧା ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ଘରଭଙ୍ଗା ର ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ବଢେଇ ସୁଚନା ଦେଇଛନ୍ତି ।ତେବେ ଜିଲ୍ଲାପାଳଙ୍କ ନିକଟରୁ ଅନୁମୋଦନ ମିଳିଲେ ଯଥା ସମୟରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ଭଙ୍ଗା ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୬/୨୦୨୧----୯,୪୦