Breaking News

>>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • ଭାଙ୍ଗ ବୋଝେଇ ପିକଅପ୍ ଭ୍ୟାନ୍ ଜବତ , ଜଣେ ଗିରଫ


       ଭଞ୍ଜନଗର-- ପିକଅପ୍ ଭ୍ୟାନ ରେ ଭାଙ୍ଗ ଚାଲାଣ ହେଉଥିବା ବେଳେ ଗାଙ୍ଗପୁର ଥାନା ପୋଲିସ ର ଚଢ଼ାଉ କରିଛି।  ଲକ୍ଷାଧିକ ମୂଲ୍ୟର ଭାଙ୍ଗ କୁ ଜବତ କରିବା ସହ ଡ଼୍ରାଇଭର କୁ ଗିରଫ କରିଛି ପୋଲିସ । ଥାନାଧିକାରୀ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାକୋଟ ଥାନା ଅନ୍ତର୍ଗତ  ଜଗମୋହନ ଗାଁ ନିକଟରୁ ଓ.ଡି – ୨୫ ଜି-  ୪୭୦୨ ନମ୍ବର ଲେଖାଥିବା ଏକ ବୋଲେରୋ ପିକଅପ୍ ଭ୍ୟାନ ରେ ଭାଙ୍ଗବସ୍ତା ବୋଝେଇ ହୋଇ ନୟାଗଡ଼ ଜିଲ୍ଲା ଅଭିମୁଖେ ଚାଲାଣ ହେଉଥିବା ଖବର ମିଳିଥିଲା । ଗାଙ୍ଗପୁର ଥାନା ପୋଲିସ ପେଟ୍ରୋଲିଂ ବେଳେ  ନିକଟସ୍ଥ ନାହାଡା-କେନ୍ଦୁପଦର ରାସ୍ତାର ବଡନଦୀ ପୋଲ ନିକଟରେ  ଯାଉଥିବା ପିକଅପ୍ ଭ୍ୟାନ କୁ ଅଟକାଇଥିଲେ । ଗାଡି ଯାଞ୍ଚବେଳେ  ଗାଡି ରେ ଭାଙ୍ଗ ଵସ୍ତା ଥିବାଜଣା ପଡିଥିଲା । ସେଥିରେ ୨୬ ଟି ବସ୍ତାରେ ୭୯୯ କିଲୋ ଭାଙ୍ଗ ରହିଥିଲା । ଗାଡ଼ି ଡ୍ରାଇଭର୍ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗୁଡିପଡା ଗ୍ରାମର ବନମାଳୀ ସିଂ (୨୫) କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ନେଇ ଥାନା କେଶ୍ ନମ୍ବର ୨୭୦/୨୧ ରେ ଏକ ମାମଲା ରୁଜୁ କରି , ଭାଙ୍ଗ ଚୋରାଚାଲାଣ ସଂକ୍ରାନ୍ତରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ଧିରେଶ୍ କୁମାର ଦାସ ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,26/6/2021,6,45। 
    Sakhigopal News,26/6/2021

    Blog Archive

    Popular Posts