ବାଁ ବରଡା ଟୀକା କେନ୍ଦ୍ରରେ ଶହେଜଣ ଟୀକା ନେଲେ
ସାକ୍ଷୀଗୋପାଳ ----ସତ୍ୟବାଦୀ ପ୍ରଶାସନ ପକ୍ଷରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ପ୍ରଥମ ଡୋଜ କରୋନା ଟୀକା କରଣ କରାଯାଉଛି । ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ଗ୍ରାମ ମାନଙ୍କରେ ଟୀକା କରଣ କେନ୍ଦ୍ର ବ୍ଳକ ପ୍ରଶାସନ ପକ୍ଷରୁ କରାଯାଉଛି । ଏହି ଅବସରରେ ଶୁକଳ ଗ୍ରାମ ପଞ୍ଚାୟତର ବାଁ ବରଡା ପ୍ରଥାମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଟୀକା କରଣ କେନ୍ଦ୍ରରେ ୧ଶହ ଜଣ ଟୀକା ନେଇଥିବା ଜଣାପଡିଛି । ସେଠାରେ ଶୁକଳ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଜଳନ୍ଦର ସେଠୀ ଓ ଜିଆରଏସ ଦିବ୍ୟରଞ୍ଜନ ପଟ୍ଟନାୟକ, ଅଙ୍ଗନବାଡି କର୍ମୀ ସିମା ମହାରଥା, ଆଶାଦିଦି ବନଜ ବାସିନୀ ପ୍ରଧାନଙ୍କ ସହିତ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହଯୋଗରେ ଶହେ ଜଣ ଟୀକା ନେଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧----୯,୨୦=