ଶ୍ରୀ ଜଗନ୍ନାଥଙ୍କ ସେବାପାଇଁ ଆଜି ସାକ୍ଷୀଗୋପାଳରୁ ବଉଳକାଠ ଶ୍ରୀକ୍ଷେତ୍ର ଗଲା =
ସାକ୍ଷୀଗୋପାଳ----=ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସାକ୍ଷୀଗୋପାଳ ବକୁଳବନରୁ ଶ୍ରୀ ଜିଉଙ୍କ ରଥଯାତ୍ର ପାଇଁ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ସଂଗ୍ରହ କରାଯାଇଥାଏ । ସୋମବାର ନିର୍ଜଳା ଏକାଦଶୀ ତିଥିର ଅପରାହ୍ନରେ ସତ୍ୟବାଦୀରୁ ବଉଳକାଠ ଶଗଡିକୁ ମେଲାଣି ଦିଆଯାଉଛି ।
ସାରୁଗାଡିଆ ସାହି ସ୍ଥିତ ସଂରକ୍ଷିତ ମନ୍ଦିର ଜଙ୍ଗଲରେ ଚିହ୍ନଟ କରାଯାଇଥିବା ବଉଳ ଗଛ ମୂଳରେ ସାହିର ଯୁବତୀ ଓ ମହିଳାମାନେ ଲିପା ପୋଛାକରିବାସହ ଧଳା ମୁରୁଜ ପକାଇଥିଲେ । ଶ୍ରୀମନ୍ଦିର ଦେବନୀତି ପରେ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ପ୍ରଥମେ ବଉଳ ବୃକ୍ଷରେ ବନ୍ଧାଯାଇ ସେଠାରେ ଧୂପ, ଦୀପ, ଭୋଗ କରାଯିବା ପରେ ଭୋଇ ସେବକ ଧୃବ ଚରଣ ଭୋଇ ନଡିଆ ବାଡେଇ ଗଛରେ ପଥମ ଚୋଟ ମାରିଥିଲେ । ପରେ ପରେ ତାଙ୍କ ସଙ୍ଗେ ଆସିଥିବା ନୀଳକଣ୍ଠ ଦାସ, ସୁଦର୍ଶନ କାଣ୍ଡି, ମୂଳିଆ ଭୋଇ, ରଞ୍ଜନ ଭୋଇ, ବେନୁ ଭୋଇ ବଉଳବୃକ୍ଷ ଛେଦନ କରିଥିଲେ । ଜଗନ୍ନାଥଙ୍କ ସେବାରେ ନିୟାଜିତ ଥିବା ବୀରହରେକୃଷ୍ଣପୁରର ପୂଆପାଟଣା ସାହିର ବାନାମ୍ବର ପ୍ରଧାନ ଓ ତାଙ୍କ ଜ୍ୱାଇଁ କପିଳ ସ୍ୱାଇଁ ଶଗଡରେ କାଠ ଲଦିଥିଲେ । କରୋନା ଯୋଗୁ କେବଳ ସଂକୀର୍ତ୍ତନ କରାଯାଇ ସିଦ୍ଧବକୁଳଙ୍କ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ଅପରାହ୍ନରେ ତହସିଲଦାର ମନୋଜ କୁମାର ନାୟକ, ବ୍ଳକ ଅଧ୍ୟକ୍ଷା ସସ୍ମିତା ଦାସ, ବିଡିଓ କ୍ଷୀରୋଦ କୁମାର ବେହେରା, ଆଇଆଇସି ଦେବୀ ପ୍ରସାଦ ପାତ୍ର, ଶ୍ରୀମନ୍ଦିରର ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ , ସାମାଜିକ କର୍ମୀ ଶଙ୍କର ପ୍ରଧାନ, ଯଯାତି କେଶରୀ ରାୟ, ପ୍ରଫୁଲ ମିଶ୍ର ପ୍ରମୁଖ କାଠ ଶଗଡିକୁ ପତକା ଦେଖାଇ ଶଗଡିକୁ ମେଲାଣି ଦେଇଥିଲେ । ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ପକ୍ଷରୁ ଭୋଇ ସେବକ ମାନଙ୍କୁ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବକୁଳବନ ଠାରୁ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ହରିନାମ କୀତ୍ତରେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ୟାତ୍ମିକ ପଟୁଆରରେ ବ୍ଳକ ଛକ ପର୍ଯ୍ୟନ୍ତ ଯାଇ ଶଗଡି ଶ୍ରୀକ୍ଷେତ୍ର
ଅଭିମୁଖେ ମେଲାଣି ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, =୨୧/୬/୨୦୨୧---୯. ୪୦, Sakhigopal News, 21/6/2021