Breaking News

ଚମ୍ପକ ଦ୍ୱାଦଶୀ ପର୍ବ କରୋନା ଯୋଗୁ ଫିକା ପଡିଲା ; କେବଳ ଠାକୁରଙ୍କ ନୀତିକାନ୍ତରେ ଶେଷ ହେଲା

 


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ବୀରରାମଚନ୍ଦ୍ରପୁରରେ  ଚମ୍ପକ ଦ୍ୱାଦଶୀ ପର୍ବ କୋଭିଡ ଗାଇଡି ଲାଇନି ଅନୁଯାୟୀ ପାଳିତ ହୋଇଯାଇଛି । ଦୁଇବର୍ଷ ହୋଇଗଲା କରୋନା ଯୋଗୁ ଫିକା ପଡିଯାଇଛି ।  କେବଳ ମାତ୍ର ଠାକୁରଙ୍କ ନୀତିକାନ୍ତି ପାଳନ କରାଯାଉଛି । ଗ୍ରାମରେ ସେପରି ଗହଳି ଚହଳି ବା କାହିରି ମୁହଁରେ ସେପରିଖୁସି ଥିଲା ପରି ଦେଖାଯାଇନଥିଲା । କରୋନା ଯୋଗୁ ସବୁ ଠପ ହୋଇଥିବା ବେଳେ ଏବେ କେବଳ ଗୋଟିଏ ଚିନ୍ତା କରୋନା ଠାରୁ କିପରି ଦୁରେଇ ରହିବା ଓ ସୁସ୍ଥ ରହିବା । ସେଥିପାଇଁ ଗ୍ରାମରେ ଲୋକଙ୍କର ଗହଳି ଦେଖିବାକୁ ମିଳିନଥିଲା । ଅନ୍ୟ ପକ୍ଷେ ଆତସବାଜି ପ୍ରତିଯୋଗିତା ବନ୍ଦ ରହିଛି । ସେଥିପାଇଁ ଗ୍ରାମରେ ଲୋକଙ୍କର ଗହଳି ନଥିଲା । ସେବକ ମାନଙ୍କ ଦ୍ୱାରା ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା ।  ତାରେଣୀ ମଣ୍ଡପରେ ଗୋପିନାଥ ଦେବଙ୍କ ସହିତ ରୁକ୍ମୀଣିଙ୍କର ବିବାହ ହୋଇଥବା ବେଳେ ମଣିନାଗ ଦୁର୍ଗାଙ୍କ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଦ୍ୱାଦଶୀ ତିଥିରେ ସଂଧ୍ୟାରେ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଦେବ ଦମ୍ପତି ଗ୍ରାମ ପରିକ୍ରମା କରିବା ସମୟରେ ଦୁଆରିଭୋଗ ଅନୁଷ୍ଠିତ ହୋଇଥିଲା । ବିବାହ ଉତ୍ସବରେ ଯୋଗଦେଇ ଥିବା ଦେବାଦେବୀ ମାନଙ୍କ ମଧ୍ୟରେ  ଲକ୍ଷ୍ମୀନାରାୟଣ, ମଣିନାଗଦୁର୍ଗା,କନକଦୁର୍ଗା, ଅନନ୍ତେଶ୍ୱର,ଇଶାନେଶ୍ୱର,ଲକ୍ଷେଶ୍ୱର, ବାଲୁଙ୍କେଶ୍ୱର ଦୁଇଟି ସୁସଜ୍ଜିତ ରଥରେ ବିରାଜମାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ରଙ୍ଗ ବେରଙ୍ଗ ÷ଆଲୋକ ମାଳାରେ ଗ୍ରାମ ଝଲସି ଉଠିଥିଲା ।  ଠାକୁର ଫେରିବା ସମୟରେ ଖଣ୍ଡି ମହାଜନ ତରଫରୁ  କାଠଚକ୍ର ଆତସବାଜି ପ୍ରଦର୍ଶୀତହୋଇଥାଏ । ମାତ୍ର କରୋନା ଓ କୋଠ ତରଫରୁ ଏହି ବାଣ ପ୍ରତିଯୋଗିତା ବନ୍ଦ ରଖାଯାଇଛି । ମାତ୍ର ଠାକୁରଙ୍କ ବିଧି ପାଳନ କରାଯାଇଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୬/୨୦୨୧=୮,୪୦  Sakhigopal News, 23/6/2021

Blog Archive

Popular Posts