Breaking News

ଶୁକଳ ତୁତୀୟା ଦେବ ବିଦ୍ୟାନିକେତନକୁ ମଡେଲ ବିଦ୍ୟାଳୟ କରିବା ପାଇଁ ନକ୍ସା ପ୍ରସ୍ତୁତି


 ସାକ୍ଷୀଗୋପାଳ----ରାଜ୍ୟ ସରକାର ୫ଟି ଯୋଜନାରେ ସତ୍ୟବାଦୀ ବ୍ଳକର ୬ଟି ଉଚ୍ଚ ବିଦ୍ୟାଳୟକୁ ମଡେଲ ବିଦ୍ୟାଳୟ ଭାବେ ଘୋଷଣା କରିଛନ୍ତି । ପ୍ରତି ବିଦ୍ୟାଳୟ ପାଇଁ  ପ୍ରଥମ ପର୍ଯ୍ୟାୟରେ କିଛି ଟଙ୍କା ଅନୁମୋଦନ ହୋଇ ଆସିଛି ।   ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବ୍ଳକ ପ୍ରଶସନକୁ ନିର୍ଦ୍ଦେଶ ଆସିଛି । ଏହାକୁ ନଜର କରି ସତ୍ୟବାଦୀ ବ୍ଳକର ତୁତୀୟା ଦେବ ବିଦ୍ୟାନିକେତନକୁ ଆଜି ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ବ୍ଳକର ସହକାରୀ ଯନ୍ତ୍ରୀ ଭାଷ୍କର ପ୍ରସାଦ ଶତପଥୀ ପରିଦର୍ଶନ କରିବା ସହ ବିଭିନ୍ନ ଦିଗପ୍ରତି ନଜର କରି ଏକ ନକ୍ସା ପ୍ରସ୍ତୁତି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର କ’ଣ କ’ଣ କାର୍ଯ୍ୟା କରାଯିବା ଦରକାର ସେ ବିସୟରେ ଆଲେଚନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ ବସନ୍ତ ବିିଶ୍ୱାଳ, ଗୋବିନ୍ଦ ନାଥ, ତାଣ୍ଡବ ଘଟୁଆରୀ ଓ ସମିତିିସଭ୍ୟ ଜଳନ୍ଦର ସେଠୀ ପ୍ରମୁଖ ଉପସ୍ଥିିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧---୭,୪୫  Sakhigopal News, 27/6/2021

Blog Archive

Popular Posts